Odisha Link
Bridging the Missing Links in Odisha

ବିଡ଼ିଏ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ରାଜଧାନୀରେ ଜଣେ ବିଡ଼ିଏ ସେକ୍ସନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେକ୍ସନ ଅଧିକାରୀ ବିଭୂତି ଭୂଷଣ ରାୟଙ୍କ ଘର ସହ ମୋଟ ୫ଟି ସ୍ଥାନରେ ଏହି ଚଢାଉ କରାଯାଇଛି। ଭୁବନେଶ୍ୱର ଜିଜିପି କଲୋନୀ, ଝାରପଡ଼ା ଓ ତାଙ୍କ କାର୍ଯ୍ୟରେ, ଜଗତସିଂହପୁରରେ ଥିବା ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଟିମର ଚଢାଉ କରାଯାଇଛି। ଚଢାଉ ଜାର ରହିଥିବାରୁ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।