Odisha Link
Bridging the Missing Links in Odisha

‘ସର୍‌ଗିଫୁଲ-୨୦୧୯’ ଉତ୍ସବ ଉଦଘାଟିତ

ଭୁବନେଶ୍ବର: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀମାନଙ୍କର ଲକାୟିତ ପ୍ରତିଭାକୁ ବିକଶିତ କରିବା ଉଦ୍ଦେଶ୍ୟ ନେଇ ‘ସରଗିଫୁଲ’ ମହୋତ୍ସବ, ୨୦୧୦ ମସିହାଠାରୁ ବିଭାଗ ଦ୍ୱାରା ଆୟୋଜିତ ହୋଇ ଆସୁଅଛି। ଚଳିତ ବର୍ଷ ଏହି ଉତ୍ସବ ଦଶମ ଥର ପାଇଁ ଆୟୋଜିତ ହେଉଛି। ଆଜି ପୂର୍ବାହ୍ନରେ ସ୍ଥାନୀୟ ୟୁନିଟ୍‌-୧ ସ୍ଥିତ ଆଦିବାସୀ ପଡ଼ିଆଠାରେ ‘ସରଗିଫୁଲ-୨୦୧୯’ ଉଦ୍‌ଘାଟନ ଉତ୍ସବରେ ଯୋଗଗଦେଇ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା କହିଲେ ଯେ, ଅନୁସୂଚିତ ଜନଜାତି ପିଲାମାନଙ୍କର ଦକ୍ଷତା କୌଣସି ଗୁଣରେ କମ୍‌ ନୁହେଁ।

ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରି ବିଦ୍ୟାରୂ ପକ ଜ୍ଞାନକୁ ଆହରଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସାରକା ପରାମର୍ଶ ଦେଇଥିଲେ। ସରଗିଫୁଲ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଲୁକାୟିତ ପ୍ରତିଭା ଲୋକଲୋଚନକୁ ଆସି ପାରିବ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ଛାତ୍ରଛାତ୍ରୀମାନଙ୍କର ଅନ୍ତର୍ନିହିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଓ ସେମାନଙ୍କର ଦକ୍ଷତାକୁ ଆହୁରି ବିକଶିତ କରିବା, ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ନିଜ ନିଜ ମଧ୍ୟରେ ଭାବବିନିମୟ କରିବା ସହ ବିଭିନ୍ନ କର୍ମଶାଳା ଓ ପ୍ରତିଯୋଗିତାରୁ ଶିକ୍ଷା ଲାଭ କରି ଯେଉଁ ଅନୁଭୂତି ଗ୍ରହଣ କରିବେ ତାହାକୁ ସାଙ୍ଗସାଥି ଓ ନିଜବିଦ୍ୟାଳୟ ତଥା ଆଖ ପାଖ ବିଦ୍ୟାଳୟକୁ ମଧ୍ୟ ସଂପ୍ରସାରିତ କରି ପାରିବ।

ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉ ପଦେଷ୍ଟା ସୁଜିତ୍‌ କୁମାର କହିଲେ ଯେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଆଦିବାସୀ ଜିଲ୍ଲାମାନଙ୍କୁ ନେଇ ଯେଉଁ ଉନ୍ନୟନ ପରିଷଦ ଗଠନ କରାଯାଇଛି, ତାହା ଦେଶରେ ବିରଳ। ସଂଖ୍ୟାଲଘୁ ବ୍ୟାପାର ଉପଦେଷ୍ଟା ମୁନ୍ନା ଖାଁ ଉଦ୍‌ବେଧନ ଦେଇ କହିଲେ ଯେ, ସରଗିଫୁଲ ମାଧ୍ୟମରେ ଲୁMାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ।

ଆଦିବାସୀ ଭାଷାରେ ଭାଷଣ ଦେଇ ସେ କହିଲେ, ଖାଲି ଓଡ଼ିଶାରେ ନୁହେଁ, ସାରା ଦେଶରେ ଜନଜାତି ଛାତ୍ରଙ୍କ ପ୍ରତିଭା ଲୋକଲୋଚନକୁ ଆସି ପାରିଛି। ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା ତାଙ୍କ ଅଭିଭାଷଣରେ କହିଲେ ଯେ ବିଭାଗୀୟ ବିଦ୍ୟାଳୟଗୁଡ଼ିକରେ ମାଟ୍ରିକ୍ ପରୀକ୍ଷା ପାସ ହାର ରାଜ୍ୟ ପାସ୍‌ ହାରଠାରୁ ଅଧିକ। ସରଗିଫୁଲ ମହୋତ୍ସବରେ ଦକ୍ଷତା ବୃଦ୍ଧି ପାଇଁ ୩୦ଟି କର୍ମଶାଳା ଓ ୭୦ଟି ପ୍ରତିଯୋଗିତା କରାଯାଉଛି।

ଏଥର ସରଗିଫୁଲ ୨୦୧୯ରେ ଭାଗ ନେଉଥିବା ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ଶିଶୁ ଅଧିକାର କର୍ମଶାଳା ପ୍ରଥମଥର ପାଇଁ ଅନୁଷ୍ଠିତ ହୋଇଛି। ସରକାର ‘ସୁବିଦ୍ୟା’ ମାଧ୍ୟମରେ ବିଭାଗୀୟ ହଷ୍ଟେଲ୍‌ଗୁଡ଼ିକ ଗୁଣାତ୍ମକ ମାନ ବୃଦ୍ଧି କରିଛନ୍ତି। ବିଭାଗୀୟ ବିଦ୍ୟାଳୟଗୁଡ଼ିକରେ ‘ଗଣିତ କଳିକା’ ଆରମ୍ଭ କରାଯାଉଛି। ସ୍ୱାଗତ ଭାଷଣ ଦେଇ ବିଭାଗୀୟ ନିର୍ଦ୍ଦେଶକ (ଏସ୍‌.ଟି) ସରଗିଫୁଲ ଉତ୍ସବର ଉଦ୍ଦେଶ୍ୟ ସଂପର୍କରେ ଆଲୋଚନା କରିଥିଲେ ଓ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓ ଧନ୍ୟବାଦ ଅର୍ପଣ କରିଥିଲେ।

ସରଗିଫୁଲ ୨୦୧୯ ମହୋତ୍ସବ, ଡିସେଞ୍ଚର ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍‌-୧, ଭୁବନେଶ୍ୱରରେ ତିନିଦିନଧରି ଅନୁଷ୍ଠିତ ହେଉଛି। ଏହି ଉତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ସ୍କୁଲ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଓ ଶିକ୍ଷା ପୁଞ୍ଜ ସମୂହରେ ପଞ୍ଚମରୁ ଦଶମ ଶ୍ରେଣୀରେ ପଢ଼ୁଥିବା ୮୬୭ ଜଣ ଛାତ୍ରଛାତ୍ରୀ ଏବଂ ୧୩୮ ଜଣ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ରାଜ୍ୟ ସ୍ତରୀୟ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଗତ ନଭେଞ୍ଚର ମାସରେ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ଶ୍ରେଷ୍ଠ ବିଜେତାଙ୍କୁ ହିଁ ଚୟନ କରାଯାଇଛି। ‘ସରଗିଫୁଲ’-୨୦୧୯ ଉତ୍ସବରେ ପ୍ରତ୍ୟେକ ଦିନ ସକାଳ ୮.୩୦ରୁ ଦିନ ୧୨.୩୦ ପର୍ଯ୍ୟନ୍ତ କି୍ରଏଟିଭ୍‌ ଡ୍ୟାନ୍ସ, ଓ୍ୱାଲପେଣ୍ଟିଂ, ଫଟୋଗ୍ରାଫି, ମ୍ୟାଜିକ୍‌, ଓଡ଼ିଶୀ ଡ୍ୟାନ୍ସ, କି୍ରଏଟିଭ୍‌ ରାଇଟିଂ, ବେଷ୍ଟ ଅଫ୍‌ଓ୍ବେଷ‌ଟସ୍, ସାଇନ୍ସ ଗେମ୍‌, ମାଥ୍‌ ଗେମ୍‌, ଲ୍ୟା ̧ ସେଡ୍‌, ଷ୍ଟ୍ର କ୍ରାଫଫ, କାଗଜ ମୁଖା, ପେ ପଟ୍ରି, ସ୍କି୍ରନ୍‌ ପେଣ୍ଟିଂ ଆଣ୍ଡ ଫାବି୍ରକ୍‌ ପ୍ରିଣ୍ଟିଂ, ପୋଷ୍ଟର ଡେଭଲ ପ୍‌ମେଣ୍ଟ, ଚାଇଲଡ୍‌ ରିେ ପାଟର୍‌, ଟ୍ରାଇବାଲ୍‌ ପେଣ୍ଟିଂ, ଟେରାକୋଟା ଜୁଏଲାରୀ, ଇନ୍‌ଷ୍ଟ୍ରୁମେଣ୍ଟାଲ୍‌ ମୁ୍ୟଜିକ୍‌, ଥିଏଟର, ସେଲ® ଡିଫେନ୍ସ, ମିଟ୍‌ ଦି ପର୍ସନାଲିଟି ଆଦି ବିଷୟରେ ବରିଷ୍ଠ ଓ କନିଷ୍ଠ ବର୍ଗ ପାଇଁ ୩୦ଟି କର୍ମଶାଳା ଆୟୋଜନ କରାଯାଇଛି।

ଏଥି ସହିତ ୧୯ ଓ ୨୦ ତାରିଖ ଅପରାହ୍ନ ୨.୩୦ରୁ ୪.୩୦ ପର୍ଯ୍ୟନ୍ତ ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୭ଟି ବିଭାଗ ପାଇଁ ପ୍ରତିଯୋଗିତା ଆୟୋଜିତ ହେବ। ପ୍ରତ୍ୟହ ସନ୍ଧ୍ୟାରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ବିଜ୍ଞାନମେଳା ଓ ଭଲିବଲ୍‌ ପ୍ରତିଯୋଗିତା ମଧ୍ୟ ଏହି ମହୋତ୍ସବର ଅଂଶବିଶେଷ। ଏହି ଉତ୍ସବରେ ୨୦୧୯ ମସିହା ମାଟି୍ରକ୍‌ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି କୃତିତ୍ୱ ଅର୍ଜନ କରିଥିବା ୧୦୧ ଜଣ ଛାତ୍ରଛାତ୍ରୀ ଏବଂ ଉତ୍ତମ ସେବା ସହ ବିଭିନ୍ନ ଦିଗରୁ ଶ୍ରେଷ୍ଠ ବିବେଚିତ ହୋଇଥିବା ୫୦ଟି ହାଇସ୍କୁଲକୁ ସମ୍ବର୍ଦ୍ଧିତ
କରାଯାଇଛି।

Comments are closed.