Odisha Link
Bridging the Missing Links in Odisha

କୃଷି ବିଭାଗର ଦିନିକିଆ କର୍ମଶାଳା: ପ୍ରସ୍ତୁତ ହେବ ଚାଷୀଙ୍କ ଡାଟା ବେସ୍-ଅରୁଣ

ଭୁବନେଶ୍ବର: 5T କୁ ସର୍ବାନ୍ତକରଣରେ କାର୍ଯ୍ୟକାରୀ କରି ସାଧାରଣ ଜନତାଙ୍କ ପାଇଁ ଏକ ବିଶ୍ୱସ୍ଥ ଉତ୍ତରଦାୟୀ “ମୋ ସରକାର” ସୃଷ୍ଟି କରିବା ଲକ୍ଷ୍ୟରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଏକ ଅଭିନବ କର୍ମଶାଳା  ଭୁବନେଶ୍ବରସ୍ଥିତ ରେଳ ଷ୍ଟାଡିୟମରେ ଆୟୋଜିତ ହୋଇଯାଇଛି।

ଆଜି ପୂର୍ବାହ୍ନରେ କୃଷି ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଏହି କର୍ମଶାଳାକୁ ଉଦଘାଟନ କରି କହିଥିଲେ ଯେ ” ଆମପାଇଁ ଦିନରାତି ଏକ କରି ଖରା-ବର୍ଷାରେ ଖଟୁଥିବା ଚାଷୀଙ୍କୁ ଆମେ ଉପଯୁକ୍ତ ସମ୍ମାନ ଦେବା ଓ ତାଙ୍କ ପାଇଁ ଉଦ୍ଧିଷ୍ଟ ଯୋଜନା ସବୁ ତାଙ୍କ ପାଖରେ କିପରି ତୁରନ୍ତ ପହଞ୍ଚିବ ତାହା ଆମେ ନିଶ୍ଚିତ କରିବା ।”

ଏଥିସହିତ କୃଷି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ଆଉ ଏହି ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହାରି ଭିତରେ କୃଷି ଓ କୃଷକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦ଟି ଟାର୍ଗେଟ ଧାର୍ଯ୍ୟ କରାଯାଇଛି। କୃଷି ବିଭାଗ ୫-ଟି ଅଧୀନକୁ ଆସିବା ପରେ ଟାର୍ଗେଟ ଧାର୍ଯ୍ୟ କରାଯାଇଛି। ତଦନୁଯାୟୀ ଏପ୍ରିଲ ୨୦୨୦ ସୁଦ୍ଧା ଚାଷୀଙ୍କ ଡାଟା ବେସ ପ୍ରସ୍ତୁତ ହେବ। କାଳିଆ ଡାଟା ସହ ଖାଦ୍ୟ ସୁରକ୍ଷା, ବିଜୁ ସ୍ୱାସ୍ଥ୍ୟ ଯୋଜନା ସମ୍ମିଳନିତ ଡାଟା ବେସ ପ୍ରସ୍ତୁତ କରାଯିବ। ଉକ୍ତ ଡାଟାବେସରେ ଭାଗ ଚାଷୀ ଓ ଭୁମିହୀନ ଚାଷୀଙ୍କୁ ମଧ୍ୟ ସ୍ଥାନିତ କରାଯିବ। ୫ ବର୍ଷରେ ୭୮ ହଜାର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ଟାର୍ଗେଟ କରାଯାଇଛି। ଜାନୁଆରୀ ପହିଲା ସୁଦ୍ଧା କୃଷି ବିଭାଗର ସବୁ ଯୋଜନା ମୋବାଇଲ ଆପରେ ରଖିବାକୁ ଯୋଜନା କରାଯାଇଛି। ତେବେ ଆଜିର ଏହି କର୍ମଶାଳାକୁ ଆସିନଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ।

ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସୌରଭ ଗର୍ଗ କହିଥିଲେ , ଆମେ ଏଠାରେ ଯୋଜନା ପ୍ରଣୟନ କରୁଛୁ କିନ୍ତୁ ଏହା କିପରି ଚାଷୀ ପାଖରେ ପହଞ୍ଚିପାରିବ , ସେଥିପାଇଁ ଆମ ମାନସିକତା ରେ ପରିବର୍ତ୍ତନ ଆବଶ୍ୟକ । ଏହି କର୍ମଶାଳାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ , ଉଦ୍ୟାନ କୃଷି ବିଭାଗ ଓ ମୃତ୍ତିକା ସଂରକ୍ଷଣ ବିଭାଗର ସମସ୍ତ ରାଜ୍ୟସ୍ତରୀୟ ଅଧିକାରୀ , କର୍ମଚାରୀ ତଥା ସମସ୍ତ ନିଗମର ଅଧକ୍ଷ ଏବଂ କୃଷି ବିଭାଗ ର ଉପଦେଷ୍ଟା ପ୍ରମୁଖ ଯୋଗଦେଇଥିଲେ ।

Comments are closed.