ନାଗରିକତା ଆଇନ: ଦିଲ୍ଲୀରେ ବିକ୍ଷୋଭ, ଗୁରୁଗ୍ରାମରେ ଟ୍ରାଫିକ୍ ଜାମ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ପ୍ରତିବା ଓ ସମର୍ଥନ ପ୍ରଦର୍ଶନ। ଏନେଇ ରାଜଧାନୀ ଦିଲ୍ଲୀରେ ଆଜି ବିକ୍ଷୋଭ ପ୍ରଦର୍ଶିତ ହୋଇଛି। ସମୟ ଗଡ଼ିବା ସହିତ ବିକ୍ଷୋଭ ତୀବ୍ରତର ହେଉଛି। ଅନ୍ୟପଟେ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ ହେଉଥିବା ବେଳେ ଦିଲ୍ଲୀ ଗୁରୁଗ୍ରାମରେ ତାର ପ୍ରଭାବ ଦେଖିବାକୁୁ ମିଳୁଛି। କାରଣ ଦିଲ୍ଲୀ ପୁଲିସ୍ ରାସ୍ତା ଅବରୋଧ କରିଛି। ଯାହାଫଳରେ ଦିଲ୍ଲୀରୁ ଗୁରୁଗ୍ରାମ ପ୍ରାୟ୧୦ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ ହୋଇ ରହିଛି।
ପୁଲିସ୍ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀରେ ହେଉଥିବା ବିକ୍ଷୋଭରେ ସାମିଲ ହେବାପାଇଁ ଦିଲ୍ଲୀର ପଡ଼ୋଶୀ ରାଜ୍ୟ ଗୁଡ଼ିକରୁ ଲୋକ ଆସିବା ଖବର ଥିଲା। ଯାହା ଫଳରେ ବିକ୍ଷୋଭ ପ୍ରଦର୍ଶନ ବେଳେ ହିଂସା ଦେଖିବାକୁ ମିଳିପାରେ। ଯେପରି କିଛି ଅପ୍ରିତିକର ପରିସ୍ଥିତି ନହୁଏ ସେଥିପାଇଁ ରାସ୍ତା ଅବରୋଧ କରିଛି ପୁଲିସ୍।