Odisha Link
Bridging the Missing Links in Odisha

ନାଗରିକତା ଆଇନ ପ୍ରତିବାଦକୁ ରୋକିବା ପାଇଁ ଦିଲ୍ଲୀରେ ମୋବାଇଲ୍‌ ସେବା ବନ୍ଦ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ନୂତନ ନାଗରିକତା ଆଇନ ବିରୋଧରେ ପ୍ରତିବାଦ ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ ଏହାକୁ ଦମନ କରିବା ପାଇଁ ଦିଲ୍ଲୀର କେତେକ ଅଞ୍ଚଳରେ ଭଏସ୍‌ ଡାଟା ଓ ଇଣ୍ଟର୍‌ନେଟ୍‌ ସେବା ବନ୍ଦ ରଖିବାକୁ ମୋବାଇଲ୍‌ ଫୋନ୍‌ ଅପରେଟର୍‌ମାନଙ୍କୁ ସରକାର କହିଛନ୍ତି। ସକାଳ ୯ଟାରୁ ଦିନ ୧ଟା ଯାଏଁ ସହରର କେତେକ ଅଞ୍ଚଳରେ ଯୋଗାଯୋଗ ସେବା ବନ୍ଦ ରଖିବାକୁ ଏୟାର୍‌ଟେଲ୍‌, ଭୋଡାଫୋନ୍‌ ଆଇଡିଆ, ରିଲାଏନ୍‌ସ୍‌ ଜିଓ, ଏମ୍‌ଟିଏନ୍‌ଏଲ୍‌/ବିଏସ୍‌ଏନ୍‌ଏଲ୍‌ ପ୍ରଭୃତି ଟେଲିକମ୍‌ ଅପରେଟରମାନଙ୍କୁ ଦିଲ୍ଲୀ ପୁଲିସ ଆଦେଶ ଦେଇଛି।

ଆଜି ଏୟାର୍‌ଟେଲ୍‌ର ଗ୍ରାହକମାନେ ସେମାନଙ୍କ ମୋବାଇଲ୍‌ ଇଣ୍ଟର୍‌ନେଟ୍‌ ବ୍ୟବହାର କରି ନ ପାରିବାରୁ କମ୍ପାନି ନିକଟରେ ଆପତ୍ତି କରିଥିଲେ ପରେ ଭଏସ୍‌, ଏସ୍‌ଏମ୍‌ଏସ୍‌ ଏବଂ ଡାଟା ବନ୍ଦ ରଖିବାକୁ ସରକାରୀ କର୍ତ୍ତୃପକ୍ଷ ଆଦେଶ ଦେଇଥିବା ଜଣାପଡିଥିଲା। ନିଷେଧାଦେଶ ଉଠିଗଲେ ଆମ ସେବା ପୂର୍ଣ୍ଣରୂପେ ଚାଲୁ ରହିବ। ମୋବାଇଲ୍‌ ସେବା ପ୍ରଭାବିତ ଅଞ୍ଚଳଗୁଡ଼ିକ ହେଉଛି ଉତ୍ତରର ଓ୍ଵାଲ୍‌ଡ୍‌ ସିଟି ଅଞ୍ଚଳ ଏବଂ କେନ୍ଦ୍ରୀୟ ଜିଲ୍ଲାସମୂହ, ମଣ୍ଡି ହାଉସ୍‌, ଶୀଲମପୁର, ଜଫରବାଦ ଏବଂ ସୁସ୍ତଫାବାଦ, ଜାମିଆ ନଗର ଏବଂ ଶଇନ୍‌ ବାଗ୍‌ ଓ ବାଓ୍ଵନା ଇତ୍ୟାଦି। ଏଥିସହ ବିଶାଳ ପଟୁଆରରେ ବାହାରିବାକୁ ଘୋଷଣା କରିଥିବା ପ୍ରତିବାଦକାରୀଙ୍କୁ ଏକତ୍ର ନ କରାଇ ଦେବାକୁ ଦିଲ୍ଲୀ ପୁଲିସ ଲାଲ୍‌ କିଲା ଅଞ୍ଚଳରେ ୧୪୪ ଧାରା ଜାରି କରିଛି।

Comments are closed.