Odisha Link
Bridging the Missing Links in Odisha

ଟ୍ରମ୍ପ୍‍ଙ୍କ ବିରୋଧରେ କ୍ଷମତା ଅପବ୍ୟବହାର ମହାଅଭିଯୋଗ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‍ଙ୍କ ବିରୋଧରେ ଆମେରିକା ହାଉସ୍‍ ଅଫ୍‍ ରିପ୍ରେଜେଣ୍ଟେଟିଭ୍‍ସ୍ ଦୁଇଟିକିଆ ମହାଅଭିଯୋଗ ପ୍ରସ୍ତାବରେ ସମର୍ଥନ ଭୋଟ ଦେଇଛି। କଂଗ୍ରେସ ନିଷ୍ପତ୍ତିର ବିରୋଧାଚରଣ ଏବଂ କ୍ଷମତାର ଅପବ୍ୟବହାର ନେଇ ରାଷ୍ଟ୍ରପତି ଟ୍ରମ୍ପ୍‍ଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା। ଏହି ମହାଅଭିଯୋଗ ପ୍ରସ୍ତାବ ପାରିତ ହେବ ଏଥିପାଇଁ ଟ୍ରମ୍ପ୍‍ଙ୍କୁ ସିନେଟରେ ଟ୍ରାଏଲର ସମ୍ମୁଖୀନ ହେବାକୁ ପଡିବ ଯାହା ଆସନ୍ତା ମାସରୁ ଆରମ୍ଭ ହେବ। ଭୋଟରେ କ୍ଷମତାର ଅପବ୍ୟବହାର ଵିରୋଧରେ ୨୩୦ ଓ ସମର୍ଥନରେ ୧୯୭ଟି ଏବଂ କଂଗ୍ରେସ ନିଷ୍ପତ୍ତିର ବିରୋଧାଚରଣ ପାଇଁ ସମର୍ଥନରେ ୨୨୯ଟି ଓ ବିରୋଧରେ ୧୯୮ଟି ହଟ ପଡିଥିଲା।ମହାଅଭିଯୋଗ ପ୍ରସ୍ତାବ ଆଗତ କ୍ଷେତ୍ରରେ ଟ୍ରମ୍ପ୍‍ ହେଉଛନ୍ତି ଆମେରିକାର ତୃତୀୟ ରାଷ୍ଟ୍ରପତି। ତେବେ ପୂର୍ବ ଦୁଇ ରାଷ୍ଟ୍ରପତି ବିଲ୍‍ କ୍ଲିଣ୍ଟନ ଏବଂ ଆଣ୍ଡ୍ରିୟୁ ଜନସନଙ୍କ ପରି ଏହି ପରିସ୍ଥିତିରୁ ଟ୍ରମ୍ପ୍‍ ମୁକୁଳିଯିବେ ବୋଲି ଆଶା କରାଯାଉଛି। ଟ୍ରମ୍ପ ମଧ୍ୟ ସିନେଟର ସମ୍ମୁଖୀନ ହେବେ ଓ ନିଜ ପକ୍ଷ ଭଲ ଭାବରେ ରଖିପାରିବେ ବୋଲି ଆଶାବାଦୀ ଥିବା ଜଣାପଡିଛି।

Comments are closed.