Odisha Link
Bridging the Missing Links in Odisha

ଶ୍ରେଷ୍ଠ ଅଭିନେତା ଭାବେ ଆୟୁଷ୍ମାନ ଓ ଭିକି କୌଶଲଙ୍କୁ ଜାତୀୟ ଚଳଚିତ୍ର ପୁରସ୍କାର

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ଚଳଚିତ୍ର ପୁରସ୍କାର ଉତ୍ସବରେ ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଯୋଗ ଦେଇ ଆୟୁଷ୍ମାନ ଖୁରାନା ଓ ଭିକି କୌଶଲଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ପ୍ରଦାନ କରିଛନ୍ତି। ଗୁଜରାଟୀ ଚଳଚ୍ଚିତ୍ର ‘ହେଲାରୋ’କୁ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯାଇଛି । ଆୟୁଷ୍ମାନ ଖୁରାନାଙ୍କୁ ‘ଅନ୍ଧାଧୁନ୍‍’ ଏବଂ ଭିକି କୌଶଲଙ୍କୁ ‘ଉରି’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କୃତ କରାଯାଇଛି। ସେହିପରି ଅକ୍ଷୟ କୁମାରଙ୍କ ଅଭିନୀତ ‘ପ୍ୟାଡମ୍ୟାନ୍‌’ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ସାମାଜିକ ବିଷୟବସ୍ତୁ ସମ୍ବଳିତ ଚଳଚ୍ଚିତ୍ର ଭାବେ ପୁରସ୍କୃତ କରିଯାଇଛି ଏବଂ ସଞ୍ଜୟ ଲୀଲା ଭଂଶାଲୀଙ୍କ ନିର୍ଦ୍ଦେଶିତ ‘ପଦ୍ମାବତ୍‍’ ଚଳଚ୍ଚିତ୍ର ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶନା ପାଇଁ ପୁରସ୍କୃତ କରାଯାଇଛିଏବଂ ଭଂଶାଲୀଙ୍କୁ ମଧ୍ୟ ‘ପଦ୍ମାବତ୍‍’ ଚଳଚ୍ଚିତ୍ରର ‘ଘୁମର୍‍’ ଗୀତ ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ମିଳିଛି।

ଏଥିସହ ତେଲୁଗୁ ଚଳଚ୍ଚିତ୍ର ‘ମହାନତୀ’ର କୀର୍ତ୍ତି ସୁରେଶଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ‘ଉରି’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଆଦିତ୍ୟ ଧର୍ ଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ପୁରସ୍କୃତ କରାଯାଇଛି। ‘ପଦ୍ମାବତ୍‍’ ଚଳଚ୍ଚିତ୍ରର ଗୀତ ପାଇଁ ଶ୍ରେଷ୍ଠ ଗାୟକ ଭାବେ ଅରିଜତ୍‍ ସିଂହଙ୍କୁ ଏବଂ କନ୍ନଡ଼ ଚଳଚ୍ଚିତ୍ର ‘ନଥିଚାରାମି’ ପାଇଁ ବିନ୍ଦୁମାଳିନୀଙ୍କୁ ଶ୍ରେଷ୍ଠ ଗାୟିକା ଭାବେ ପୁରସ୍କୃତ କରାଯାଇଛି । ପରିବେଶ ସୁରକ୍ଷା ଉପରେ ଆଧାରିତ ମରାଠୀ ଚଳଚ୍ଚିତ୍ର ‘ପାଣି’କୁ ମଧ୍ୟ ପୁରସ୍କୃତ କରାଯାଇଛି।

Comments are closed.