Odisha Link
Bridging the Missing Links in Odisha

କ୍ବିଆର୍‌ସାମ୍‌ ମିସାଇଲର ସଫଳ ପରୀକ୍ଷଣ

ଚାନ୍ଦିପୁର: ଆଜି ଚାନ୍ଦିପୁର କ୍ଷେପଣାସ୍ତ୍ରଘାଟିର ୩ ନମ୍ବର ଲଞ୍ଚ ପ୍ୟାଡରୁ କ୍ୟୁଆରସାମ୍‌(କ୍ବିକ୍‌ ରିଆକ୍ସନ୍‌ ସରଫେସ୍‌ ଟୁ ଏୟାର) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଆଜି ସକାଳ ୧୧ଟା ୪୯ମିନିଟ୍‌ରେ ଏହି ପରୀକ୍ଷଣ ହୋଇଥିଲା। ଏହି କ୍ଷେପଣାସ୍ତ୍ର ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ। ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର। ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର କୁଇକ୍ ରିଆକ୍‌ସନ୍‌ ସରଫେସ୍‌ ଟୁ ଏୟାର ମିସାଇଲ ସଫଳତାର ସହିତ ଲକ୍ଷ୍ୟ ଭେଦ କରିଥିଲା ଏହି କ୍ଷେପଣାସ୍ତ୍ରଟି ଯେ କୌଣସି ସ୍ଥାନରୁ ମୋବାଇଲ୍‌ ଲଞ୍ଚର ସାହାଯ୍ୟରେ ଶତ୍ରୁପକ୍ଷର ଟ୍ୟାଙ୍କ, ଯୁଦ୍ଧ ବିମାନ ଓ ଅନ୍ୟ ଲକ୍ଷକୁ ଧ୍ବଂସ କରିପାରିବ। ଭାରତ ସରକାରଙ୍କ ଡିଆରଡିଓ ଭାରତ ଇଲେକ୍ଟ୍ରୋନିକ୍ସ ଓ ଭାରତ ଡାଇନାମିକସର ସହାୟତାରେ ଏହି କ୍ଷେପଣାସ୍ତ୍ରର ବିକାଶ କରିଛି। ସୂଚନାଯୋଗ୍ୟ, କ୍ବିଆର୍‌ସାମ୍‌ ମିସାଇଲର ପ୍ରଥମ ପରୀକ୍ଷଣ ୨୦୧୭ ମସିହା ଜୁନ ୪ ତାରିଖରେ କରାଯାଇଥିଲା।

Comments are closed.