Odisha Link
Bridging the Missing Links in Odisha

ନାଗରିକତା ଆଇନ୍: ରାଜଘାଟରେ କଂଗ୍ରେସର ସତ୍ୟାଗ୍ରହ, ଅପିଲ କଲେ ରାହୁଲ-ପ୍ରିୟଙ୍କା

ନୂଆଦିଲ୍ଲୀ: ଆଜି ଅପରାହ୍ନ ୩ଟା ସମୟରେ ରାଜଘାଟରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ। ନାଗରିକତା ସଂଶୋଧନ ଆଇ ଏବଂ ଏନଆରସି ବିରୋଦ୍ଧରେ ପ୍ରତିବାଦ ପ୍ରଦର୍ଶନ କରିବ କଂଗ୍ରେସ। ଏଥିସହିତ ଏଥିରେ ଯୋଗ ଦେବାକୁ ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଏହି ପ୍ରତିବାଦସ୍ଥଳରେ ସମ୍ବିଧାନ ପାଠ କରାଯିବାର କାର୍ଯ୍ୟକ୍ରମ ରହିଛି।

ଟୁଇଟ୍‌ କରି ରାହୁଳ ଗାନ୍ଧୀ କହିଛନ୍ତି ଯେ, ଭାରତର ପ୍ରିୟ ଛାତ୍ର ଓ ଯୁବକ, କେବଳ ଭାରତୀୟ ବୋଲି ଅନୁଭବ କରିବା ଯଥେଷ୍ଟ ନୁହେଁ। ତୁମ୍ଭେମାନେ ଭାରତୀୟ ଏବଂ ଘୃଣା ଦ୍ୱାରା ଭାରତକୁ ଧ୍ୱଂସ କରାଇ ଦେବନାହିଁ ବୋଲି ଏଭଳି ଜଟିଳ ପରିସ୍ଥିତିରେ ଦେଖାଇ ଦେବାକୁ ପଡ଼ିବ। ମୋଦୀ-ଶାହା ଭାରତରେ ସୃଷ୍ଟି କରିଥିବା ଘୃଣା ଓ ହିଂସା ବିରୋଧରେ ପ୍ରତିବାଦ କରିବାକୁ ଆଜି ଅପରାହ୍ଣ ୩ଟାରେ ରାଜଘାଟ ଠାରେ ମୋ ସହିତ ଯୋଗ ଦିଅନ୍ତୁ।

କଂଗ୍ରେସର ସାଧାରଣ ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଟୁଇଟ୍‌ କରି ଜନସାଧାରଣଙ୍କୁ ଆମନ୍ତ୍ରଣ କରିଛନ୍ତି। ସେ ଲେଖିଛନ୍ତି ଏ ଦେଶ ହେଉଛି ଏକ ସାମୂହିକ ବନ୍ଧନ, ସାମୂହିକ ସ୍ୱପ୍ନର ଦେଶ। ଶ୍ରମ ବଳରେ ଆମେ ଏ ଦେଶକୁ ବିକଶିତ କରିଛୁ। ଭାଗ ଭାଗ କରି ଶାସନ କରାଯିବା ରାଜନୀତିରୁ ଆମେ ଏ ଦେଶକୁ ରକ୍ଷା କରିବା। ଆସନ୍ତୁ, ଅପରାହ୍ଣ ୩ଟା ବେଳେ ରାଜଘାଟସ୍ଥିତ ବାପୁଙ୍କ ସ୍ମାରକୀରେ ଆମ ସହ ଯୋଗ ଦେଇ ସମ୍ବିଧାନ ପାଠ କରିବେ।

Comments are closed.