Odisha Link
Bridging the Missing Links in Odisha

ଘଣ୍ଟାଏ ଅଟକିଲା ବିମାନ: ବିଜେପି ସାଂସଦ ପ୍ରଜ୍ଞାଙ୍କ ଉପରେ କାହିଁକି ରାଗିଲେ ଯାତ୍ରୀ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବିଜେପିର ବିବାଦୀୟ ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କ ଯୋଗୁଁ ପ୍ରାୟ ଏକ ଘଣ୍ଟା କାଳ ଅଟକି ରହିଲା ଦିଲ୍ଲୀ-ଭୋପାଳ ସ୍ପାଇସ୍‌ଜେଟ୍‌ ବିମାନ। ଆଉ ଏଥିପାଇଁ ତାଙ୍କୁ ଅନ୍ୟ ଯାତ୍ରୀଙ୍କ ରୋଷର ଶିକାର ହେବାକୁ ପଡ଼ିଛି।

ଘଟଣା ଘଟିଛି ଗତକାଲି ନୂଆଦିଲ୍ଲୀ ବିମାନବନ୍ଦରରେ। ହ୍ବିଲ୍‌ ଚେୟାର ଯୋଗେ ଆସି ବିମାନରେ ବସିଥିଲେ ପ୍ରଜ୍ଞା। ତାଙ୍କର ଟିକେଟ୍‌ ନମ୍ବର ଥିଲା ଏ-୧। ଅଧିକ ଟଙ୍କା ଦେଇ ସେ ଇକନୋମି କ୍ଳାସର ଏହି ସ୍ବତନ୍ତ୍ର ଟିକେଟ୍‌ ବିୁକ୍‌ କରିଥିଲେ। ତେବେ ତାହା ଏମର୍ଜେନ୍ସି ଗେଟ୍‌ ପାଖରେ ଥିବାରୁ ପ୍ରଜ୍ଞାଙ୍କୁ ଅନ୍ୟ ଆସନକୁ ଯିବା ପାଇଁ ବିମାନ କର୍ତୃପକ୍ଷ ଅନୁରୋଧ କରିଥିଲେ।

ପ୍ରଜ୍ଞା ପ୍ରଥମେ ଅରାଜି ହେବାରୁ ବିମାନ ଅଟକି ରହିଥିଲା। ଅନ୍ୟ ଯାତ୍ରୀମାନେ ଏ ନେଇ ପ୍ରଜ୍ଞାଙ୍କୁ ନାନାଦି କଥା ଶୁଣାଇଥିଲେ। ଶେଷରେ ବାଧ୍ୟ ହୋଇ ପ୍ରଜ୍ଞା ଦ୍ବିତୀୟ ଧାଡ଼ିକୁ ଆସିଥିଲେ ଓ ତା’ ପରେ ବିମାନ ଛାଡ଼ିଥିଲା।

 

Comments are closed.