Odisha Link
Bridging the Missing Links in Odisha

ହାଇକୋର୍ଟରେ ହାଜର ହେଲେ ଏଏସଆଇ ଡିଜି

ଭୁବନେଶ୍ୱର: ଆଜି ହାଇକୋର୍ଟରେ କୋଣାର୍କ ଓ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାର ଶୁଣାଣି ହୋଇଥିଲା। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଏହି ଶୁଣାଣି ସମୟରେ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ମହାନିର୍ଦ୍ଦେଶକ ହାଜର ହୋଇଥିଲେ। ୪ ମାସ ମଧ୍ୟରେ ନାଟ ମଣ୍ଡପ ମରାମତି କାମ ଶେଷ କରିବା ପାଇଁ ହାଇକୋର୍ଟ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ହାଇକୋର୍ଟଙ୍କ ପକ୍ଷରୁ ସୂର୍ଯ୍ୟ ମନ୍ଦିର ମରାମତି ନେଇ ବିସ୍ତୃତ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ମେ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ନେଇ ଦିନ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି।

Comments are closed.