Odisha Link
Bridging the Missing Links in Odisha

ଏଥର ଦେଖିବାକୁ ମିଳିବ ବିରଳ ସୂର୍ଯ୍ୟୋପରାଗ

ଭୁବନେଶ୍ବର: ଆସନ୍ତା ଡିସେମ୍ବର ୨୬ ତାରିଖରେ ବର୍ଷର ଶେଷ ସୂର୍ଯ୍ୟୋପରାଗ ଦେଥିବାକୁ ମିଳିବ। ଏଥର ସୂର୍ଯ୍ୟୋପରାଗରେ ଦେଖିବାକୁ ମିଳିବ ବିରଳ ମହାଜଗତିକ ଦୃଶ୍ୟ । ଏହି ପରାଗ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ସୂର୍ଯ୍ୟୋପରାଗ ଆଂଶିକ ଦେଖାଯିବ। ଓଡ଼ିଶା ପାଇଁ ସକାଳ ୮ଟା ୨୦ମିନିଟରେ ସୂର୍ଯ୍ୟୋପରାଗ ଆରମ୍ଭ ହୋଇ ଦିନ ୧୧ଟା ୨୮ମିନିଟ ସମୟରେ ଶେଷ ହେବ । ଏହି ପରାଗ ପୌଷମାସ କୃଷ୍ଣପକ୍ଷ ତିଥିରେ ପଡୁଥିବାରୁ ଏହି ସୂର୍ଯ୍ୟପରାଗ ବୃତ୍ତାକାର ହେବ ଏବଂ ଏହା ପୂର୍ଣ୍ଣଗ୍ରାସ ନୁହେଁ, ବରଂ ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟୋପରାଗ ହେବ। ଏହି ସୂର୍ଯ୍ୟପରାଗରେ ଗ୍ରହଣ ସମୟରେ ସୂର୍ଯ୍ୟ ଏକ ମୁଦି ଆକାରର ଦୃଶ୍ୟ ହେବ।

ପଠାଣି ସାମନ୍ତ ପ୍ଲାନ‌େଟୋରିୟମ୍ ପକ୍ଷରୁ ଜାରି ସୂଚନା ଅନୁସାରେ ଓଡ଼ିଶାରେ ସକାଳ ୯ଟା ୪୬ମିନିଟ ସମୟରେ ସର୍ବାଧିକ ପରାଗ ଦେଖାଯିବ। ସେତେବେଳେ ଚନ୍ଦ୍ର ସୂର୍ଯ୍ୟର ଆଲୋକ ମଳିନ ପଡିବା ସହ ଏହା ଅଧାଖଣ୍ଡିଆ ଦୃଶ୍ୟମାନ ହେବ । ଏହା ଏକ ଅତ୍ୟନ୍ତ ମନୋରମ ତଥା ବିରଳ ମହାଜାଗତିକ ଦୃଶ୍ୟ । ତେବେ ସୂର୍ଯ୍ୟୋପରାଗ ଦେଖିବା ପାଇଁ ପଠାଣି ସାମନ୍ତ ପ୍ଲାନେଟୋରିୟମ ଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ବିରଳ ସୂର୍ଯ୍ୟପରାଗ ଦେଖିବା ପାଇଁ ପ୍ଲାନେଟୋରିୟମରେ ବ୍ୟବସ୍ଥା କରିଯିବା ସହ ସୌର ଚଷମା ଯୋଗାଇବାର ପ୍ରସ୍ତୁତି ମଧ୍ୟ କରାଯାଉଛି ।

Comments are closed.