Odisha Link
Bridging the Missing Links in Odisha

ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ

ଓଏଲ୍‌ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସରକାରୀ ଚାକିରିଆ। ୫୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଝାରସୁଗୁଡ଼ା ଆରଡବ୍ଲୁଏସ୍‌ଏସ୍‌ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପାତ୍ର। ଜଣେ ଠିକାଦାରଙ୍କଠାରୁ ବିଲ୍ ପାସ୍ କରିବା ପାଇ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରି ଶ୍ରୀ ପାତ୍ରଙ୍କୁ ଅଟକ ରଖିଥିବା ବେଳେ ତାଙ୍କ ନିକଟରୁ ରଙ୍ଗ ବୋଳା ଟଙ୍କା ଜବତ କରିଛି।

ଶ୍ରୀ ପାତ୍ରଙ୍କ କାର୍ଯ୍ୟାଳୟ ସମେତ ୪ଟି ଭିନ୍ନ ଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ଆରମ୍ଭ କରିଛି। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି। ତା’ସହିତ ଅଧିକ ତଦନ୍ତ ଜାରି ରହିଛି।

ସୂଚନା ଅନୁସାରେ ଜଣେ ଠିକାଦାର କରିଥିବା ଜଳ ଯୋଗାଣ ବାବଦ ବିଲ୍ ଶ୍ରୀ ପାତ୍ର ପାସ୍ କରୁନଥିଲେ। ତେବେ ବିଲ୍ ପାସ କରିବାକୁ ସେ ୫୦, ୦୦୦ ଟଙ୍କା ଲାଞ୍ଚ ମାଗିବା ପରେ ଠିକାଦାର ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଏହି ପୂର୍ବ ଯୋଜନା ଅନୁସାରେ ଠିକାଦାର ଜଣଙ୍କ ରଙ୍ଗ ବୋଳା ଟଙ୍କା ଧରାଉଥିବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀ ତାଙ୍କୁ ମାଡ଼ି ବସିଥିଲେ।

Leave A Reply

Your email address will not be published.