ଆସନ୍ତାକାଲି ସୂର୍ଯ୍ୟପରାଗ, ଓଡ଼ିଶାରେ ଏହି ସମୟରେ ଦେଖାଯିବ ସୂର୍ଯ୍ୟପରାଗ

ଭୁବନେଶ୍ବର: ଆସନ୍ତାକାଲି ସଂଗଠିତ ହେବ ସୂର୍ଯ୍ୟପରାଗ। ଆସନ୍ତାକାଲି ସକାଳ ୮.୨୦ରୁ ୧୧ଟା ୨୮ ମୋକ୍ଷରେ ରାଜ୍ୟରେ ସୂର୍ଯ୍ୟପରାଗ ସଂଗଠିତ ହେବ। ମିଳିଥିବା ସୂଚନା ମୁତାବକ ଗୁରୁବାର ୮.୨୦ରୁ ସ୍ପର୍ଶ ହୋଇ ପୂର୍ବାହ୍ନ ୧୧ଟା ୨୮ ମିନି୍ଟରେ ଶେଷ ହେବ। ତେବେ ସକାଳ ୯ଟା ୪୬ ମିନିଟ୍ରେ ଓଡ଼ିଶାରେ ସର୍ବାଧିକ ପରାଗ ଦେଖାଯିବ। ଏହି ସମୟରେ ସୂର୍ଯ୍ୟର ପ୍ରାୟ ୫୫ରୁ ୬୫ ପ୍ରତିଶତ ଅଂଶ ଆଚ୍ଛାଦିତ ହେବ।
ଡିସେମ୍ବର ୨୬ ତାରିଖରେ ସୂର୍ଯ୍ୟୋପରାଗ ହେବ ବୋଲି ପୂର୍ବରୁ ବିଜ୍ଞାନ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଥିଲା। ସକାଳୁ ସୁର୍ଯ୍ୟୋଦୟ ପରେ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେଉଥିବା ବେଳେ ସମଗ୍ର ଓଡ଼ିଶାରେ ଏହି ସୂର୍ଯ୍ୟୋପରାଗ ଆଂଶିକ ଦେଖାଯିବ। ଏହି ସୂର୍ଯ୍ୟପରାଗ ବୃତ୍ତାକାର ହେବ ଏବଂ ଏହା ପୂର୍ଣ୍ଣଗ୍ରାସ ନୁହେଁ, ବରଂ ଖଣ୍ଡଗ୍ରାସ ବା ଆଂଶିକ ସୂର୍ଯ୍ୟୋପରାଗ ବୋଲି ସୂଚନା ଦିଆଯାଇଛି।
ଏଥରର ସୂର୍ଯ୍ୟୋପରାଗ ବିରଳ। ସୂର୍ଯ୍ୟର ଆଲୋକ ମଳିନ ଦେଖାଯିବା ସହ ଅଧା ଖଣ୍ଡିଆ ଭଳି ଦୃଶ୍ୟମାନ ହେବ। ପରାଗ ସମୟରେ ସୂର୍ଯ୍ୟେଙ୍କୁ ଖାଲି ଆଖିରେ ଦେଖିବା ପାଇଁ ବାରଣ ରହିଛି। ଖାଲି ଆଖିରେ ନଦେଖିବା ପାଇଁ ବୈଜ୍ଞାନିକମାନେ ବାରଣ କରିଛନ୍ତି।