Odisha Link
Bridging the Missing Links in Odisha

ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର

ପୁରୀ: ଆସନ୍ତା କାଲି ସୂର୍ଯ୍ୟୋପରାଗ ପାଇଁ ଆଜି ରାତିସାରା ଖୋଲା ରହିବ ଶ୍ରୀମନ୍ଦିର। ରାତିସାରା ଦର୍ଶନ ଦେବେ ମହାପ୍ରଭୁ। ସୂର୍ଯ୍ୟୋପରାଗ ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। କାଲି ସକାଳ ୮ଟା ୨୦ ମିନିଟ୍ ୮ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ ଏଥିପାଇଁ ଆଜି ରାତି ୮ଟା ୨୦ରୁ ପାକ୍ ତ୍ୟାଗ ଓ ଦେବ ନୀତି ନିଷିଦ୍ଧ ହେବ। ଗ୍ରହଣ ସ୍ପର୍ଶ ପରେ ଶ୍ରୀମନ୍ଦିରରେ ଗ୍ରହଣ ମହାସ୍ନାନ, ତଡ଼ପ ମଇଲମ ବେଶ, ମଙ୍ଗଳ ଆଳତି, ଅବକାଶ, ରୋଷ ହୋମ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଆଦି ନୀତି ଅନୁ‌ଷ୍ଠିତ ହେବ।

Comments are closed.