Odisha Link
Bridging the Missing Links in Odisha

ଜାନୁଆରୀ ୨୬ରୁ ଆଦିବାସୀ ମେଳା, ହେଲା ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ବାର୍ଷିକ ଆଦିବାସୀ ମେଳାର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ଅଧିକ ବ୍ୟାପକ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ ଆଜି ସ୍ଥାନୀୟ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ, ୟୁନିଟ୍‌-୧ସ୍ଥିତ ଓ.ଟି.ଡି.ସି ସମ୍ମିଳନୀ କକ୍ଷରେ ଆଦିବାସୀ ମେଳା-୨୦୨୦ ଆୟୋଜନ ସଂପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବାର୍ଷିକ ଆଦିବାସୀ ମେଳା ସହିତ ସଂପୃକ୍ତ ସମସ୍ତ ବିଭାଗଗୁଡ଼ିକର ସମନ୍ୱୟରେ ମେଳା କିପରି ସୁଚାରୁ ରୂପେ ଅନୁଷ୍ଠିତ ହେବ ସେ ସଂପର୍କରେ ଶ୍ରୀମତୀ ଚୋପ୍ରା ଗୁରୁତ୍ୱାରୋପ କରିଥିଲେ। ଏସ୍‌.ସିଏସ୍‌.ଟି.ଆର୍‌.ଟି.ଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା ମେଳା ସହିତ ସଂପୃକ୍ତ ସମସ୍ତ ବିଭାଗର ସମନ୍ୱୟ, ପ୍ରସ୍ତୁତି ଓ କାର୍ଯ୍ୟକାରତା ଉପରେ ଆଲୋକପାତ କରିଥିଲେ।

ବାର୍ଷିକ ଆଦିବାସୀ ମେଳା ୨୦୨୦ ଜାନୁଆରୀ ୨୬ ତାରିଖରୁ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ୩ନମ୍ବରସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ହେବ। ମେଳା ନିମନ୍ତେ ଏ.ଟି.ଏଲ୍‌.ସି ନୋଡାଲ୍‌ ଏଜେନ୍ସି ଭାବରେ କାର୍ଯ୍ୟ କରିବ। ଜାନୁଆରୀ ୨୬ ତାରିଖ ଦିନ ସନ୍ଧ୍ୟାରେ ଉଦ୍‌ଘାଟିତ ହେବାକୁ ଥିବା ଆଦିବାସୀ ମେଳାରେ ଆଠଟି ବିଭାଗ ରହିବ। ମେଳାରେ ପ୍ରବଳ ଜନଗହଳି ହେତୁ ସୁବ୍ୟବସ୍ଥିତ ଯାନବାହନ ଚଳାଚଳ, ମେଳା ପରିସରରେ ଅଗ୍ନି ନିରାପତ୍ତା, ମେଳାକୁ ପ୍ଲାଷ୍ଟିକ୍‌ମୁକ୍ତ, ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା ଆଦି ବିଷୟରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଜି ଆଲୋଚନା କରାଯାଇଥିଲା।

ଏହି ପ୍ରସ୍ତୁତି ବୈଠକରେ ଫାୟାର ସର୍ଭିସ୍‌ କମିଶନର ଅଫ୍‌ ପୋଲିସ୍‌, ବିଏମ୍‌ସି, କଲେକଫର ଖୋର୍ଦ୍ଧା, କୃଷି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଦ୍ୟାନକୃଷି, ପର୍ଯ୍ୟଟନ, ମୃତ୍ତିକା ସଂରକ୍ଷଣ, ହସ୍ତଶିଳ୍ପ, କୁଟୀରଶିଳ୍ପ, ଆୟୁଷ୍‌, ଶିଳ୍ପ, ସୂଚନା ଓ ଲୋକସଂ ପର୍କ, ଦୂରଦର୍ଶନ, ଟି.ଡି.ସି.ସି.ଓ.ଏଲ୍‌, ଓ. ପି.ଇଏଲ୍‌.ଆଇ. ପି, ଓ.ଏସ୍‌.ଏଫ.ଡି.ସି, ମହିଳା ବିକାଶ ସମବାୟ ନିଗମ, ଚିଫ୍‌ କନ୍‌ଜରଭେସନ୍‌ ଅଫ୍‌ ଫରେଷ୍ଟ, ଚିଫ୍‌ ଇଲେକ୍‌ଟି୍ରକାଲ୍‌ ଇନିସ୍‌ପେକଫର ଭୁବନେଶ୍ୱର, ବିସିଡିଡ଼ି(୧), ଭୁବନେଶ୍ୱର, ସେସୁ/ ପିଏଚ୍‌ଡି ଡିଭିଜନ୍‌, ସିଡିଏମ୍‌ଓ, ଖୋର୍ଦ୍ଧା, ଏସି ପି ଟ୍ରାଫିକ୍‌, ସିଟି ହେଲଥ୍‌ ଅଫିସ୍‌, ବିଏମ୍‌ସି ଆଦି ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।