Odisha Link
Bridging the Missing Links in Odisha

OPHWC ପରିଦର୍ଶନ ଓ ସମୀକ୍ଷା କଲେ ଗୃହମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ପାlଲିସ୍‌ ହାଉସିଙ୍ଗ୍‌ ଏବଂ ଓ୍ୱlଲ୍‌ଫେୟାର କର୍ପୋରେସନ୍‌ ଲିମିଟେଡ୍‌ (ଓପିଏଚ୍‌ଡବ୍ଲୁ୍ୟସି) କାର୍ଯ୍ୟାଳୟ ପରିଦର୍ଶନ କରି ଗୃହ, ଶକ୍ତି, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଓ ପିଏଚ୍‌ଡବ୍ଲୁ୍ୟସି ଦ୍ୱାରା ନିର୍ମାଣ କରାଯାଉଥିବା କୋଠାଗୃହଗୁଡିକ ଉତ୍ତମ ମାନରେ ତୋଳା ଯାଉଥିବା ହେତୁ ଭୂୟସୀ ପ୍ରଶଂସା କରିଥିଲେ।

ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଓ ପିଏଚ୍‌ଡବ୍ଲୁ୍ୟସି ସମ୍ମିଳନୀ କକ୍ଷଠାରେ ବିଭାଗ ଦ୍ୱାରା କରାଯାଉଥିବା କୋଠା ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ। ରାଜ୍ୟ ଗୃହ ବିଭାଗ ଅଧୀନରେ ୧୯୮୦ ମସିହାରେ ଗଠିତ ହୋଇଥିବା ଓ ପିଏଚ୍‌ଡବ୍ଲୁ୍ୟସି ବର୍ଷକୁ ବର୍ଷ ଆଧୁନିକ ଢାଞ୍ଚାରେ ଉତ୍ତମ ମାନର ସରକାରୀ କୋଠା ନିର୍ମାଣ କରି ସବୁ ସ୍ତରରେ ପ୍ରଶଂସାଭାଜନ ହୋଇ ପାରୁଛି। ୨୦୦୯-୧୦ ମସିହାରେ ୧୬୬.୬୬ କୋଟି ମୂଲ୍ୟ ବିନିଯୋଗ କରି ଗୃହ ନିର୍ମାଣ
କରାଯାଇଥିବାବେଳେ କ୍ରମାଗତ ବୃଦ୍ଧି ଘଟି ୨୦୧୮-୧୯ ଆର୍ଥିକ ବର୍ଷରେ ୪୦୦ କୋଟି ମୂଲ୍ୟର ଉତ୍ତମ ମାନର ସରକାରୀ କୋଠାଗୃହ ନିର୍ମାଣ କରିଛି।

ଭୁବନେଶ୍ୱରସ୍ଥିତ କମିଶନର ଅଫ୍‌ ପୋଲିସ୍‌ କୋଠା, ପୋଲିସ୍‌ ଥାନା, କାରାଗର, ଅଗ୍ନିଶମ, ନ୍ୟାୟ ପାଳିକା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ଶିକ୍ଷା ବିଭାଗ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଓଡ଼ିଶା ମାଇନିଙ୍ଗ୍‌ କେ ର୍ପାରେସନ୍‌, ଓଡ଼ିଶା ରାଜ୍ୟ ରୋଡ୍‌ ଟ୍ରାନ୍ସଫର କେ ର୍ପାରେସନ୍‌ର ଓ ବସ୍‌ଷ୍ଟାଣ୍ଡ, ଆଇଆର୍‌ଇ, ନିର୍ଦ୍ଦେଶକ ବୈଷୟିକ ଶିକ୍ଷା ବିଭାଗ, ଉତ୍କଳିକା ଇତ୍ୟାଦି ଅନ୍ୟାନ୍ୟ ସମସ୍ତ ସରକାରୀ କୋଠାଗୁଡ଼ିକ ଆଧୁନିକ ଢାଞ୍ଚାରେ ନିର୍ମାଣ କରିଆସୁଛି। ଏଥି ସହିତ ଅନେକ କୋଠାଗୃହରେ ସୌରଶକ୍ତି ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ମଧ୍ୟ ପଦକ୍ଷେପ ଗ୍ରହଣ କରିଛି। ଏହିଭଳି ଆଧୁନିକ ଢାଞ୍ଚାରେ ଉତ୍ତମ ମାନର ସରକାରୀ ବିଭାଗର କୋଠା ଉଚ୍ଚ ମାନର ନିର୍ମାଣ କରି ପାରୁଥିବା ହେତୁ ଓ ପିଏଚ୍‌ଡବ୍ଲୁ୍ୟସି ଦ୍ୱାରା ଜିଲ୍ଲାସ୍ତରରେ ଏବଂ ବ୍ଲକ୍‌ ସ୍ତରରେ ହେଉଥିବା କୋଠା ନିର୍ମାଣ କରିବା ଦିଗରେ ପଦକ୍ଷେ ପ ଗ୍ରହଣ କଲେ ଓ ପିଏଚ୍‌ଡବ୍ଲୁ୍ୟସିର କାର୍ଯ୍ୟଶୈଳୀ ଆହୁରି ବ୍ୟାପକ ହୋଇ ପାରିବ ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ପ୍ରକାଶ କରିଥିଲେ।

ସମୀକ୍ଷା ବୈଠକରେ ଓ ପିଏଚ୍‌ଡବ୍ଲୁ୍ୟସିର ଅଧ୍ୟକ୍ଷ ଓ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଲଳିତ ଦାସ, ମୁଖ୍ୟଯନ୍ତ୍ରୀ ଉପେନ୍ଦ୍ର ମୁଣ୍ଡ, ସୁପରିଟେଣ୍ଡେଣ୍ଟ ଇଂଜିନିୟର ପଞ୍ଚାନନ ମହାନ୍ତି, ସଚିବ ସୁଶାନ୍ତ କୁମାର ପଣ୍ଡା, ଏକ୍‌ଜିକୁଟିଭ୍‌ ଇଂଜିନିୟର ଶ୍ରୀ ରବି ଶଙ୍କର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।