ଝାନ୍ସି: ନିର୍ମାଣାଧୀନ କାନ୍ଥ ପଡି ୫ ମୃତ, ୧୦ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଝାନ୍ସିରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଯେଉଁଥିରେକି ୫ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି ଓ ୧୦ ଜଣ ଗୁରୁତର ଆହତ ହୋିଛନ୍ତି। ଆଜି ଏକ ନିର୍ମାଣାଧୀନ କାନ୍ଥ ପଡିବାରୁ ୧୫ ଜଣ ଶ୍ରମିକ ଚାପି ହୋଇ ରହିଥିଲେ।
ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାମୁତାବକ ଥାନା ଅନ୍ତର୍ଗତ ଳକ୍ଷ୍ମଣପୁରା ଗାଁରେ ଏକ ଷ୍ଟୋନ କ୍ରସର କାନ୍ଥରେ କିଛି ଶ୍ରମିକ ପ୍ଲାଷ୍ଟର କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।ତେବେ ଷ୍ଟୋନ କ୍ରସର ନିର୍ମାଣ କରୁଥିବା ଶ୍ରମିକଙ୍କର କୌଣସି ରେଜିଷ୍ଟ୍ରେସନ ହୋଇନଥିବାବେଳେ ସେମାନଙ୍କୁ କୌଣସି ପ୍ରକାର ସୁରକ୍ଷା ଉପକରଣ ଦିଆଯାଇନଥିଲା। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ମନୋଭାବ ଦେଖିବାକୁ ମିଳିଛି।
ଘଟଣାରେ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ମୃତ ଶ୍ରମିକଙ୍କ ଆତ୍ମାର ସଦଗତି ପାଇଁ କାମନା କରିଛନ୍ତି ଆଉ ଶୋକ ସନ୍ତପ ପରିବାରକୁ ଧୈର୍ଯ୍ୟ ରଖିବା ପାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ଜିଲ୍ଲାଧିକାରୀଙ୍କୁ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ସମସ୍ତ ଗୁରୁତରଙ୍କୁ ଯଥାସମ୍ଭବ ଚିକିତ୍ସା କରିବା ସହ ଆବଶ୍ୟକୀୟ ଅର୍ଥ ଦେବା ପାଇଁ କହିଛନ୍ତି।
Comments are closed.