Odisha Link
Bridging the Missing Links in Odisha

ଇରାନର ଦାବି: ୮୦ ‘ଆମେରିକୀୟ ଆତଙ୍କବାଦୀ’ ନିହତ

ଦୁବାଇ: ଇରାକ୍‌ସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର ଏୟାର୍‌ବେସ୍‌ ଉପରେ ୧୫ଟି କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ ଅନ୍ୟୂନ ୮୦ ଜଣ ‘ଆମେରିକୀୟ ଆତଙ୍କବାଦୀ’ ନିହତ ହୋଇଥିବା କଥା ବୁଧବାର ଦିନ ଇରାନ୍‌ର ସରକାରୀ ଟେଲିଭିଜନ୍‌ କହିଛି। କୌଣସି ଗୋଟିଏ ହେଲେ କ୍ଷେପଣାସ୍ତ୍ରକୁ ପ୍ରତିରୋଧ କରାଯାଇ ନାହିଁ ବୋଲି ଇରାନୀୟ ଟେଲିଭିଜନ୍‌ ଖବର ପ୍ରସାରଣ କରିଛି। ସୁଲେମାନିଙ୍କ ହତ୍ୟା ପରେ ଇରାନ୍ ଆମେରିକୀୟ ସେନାକୁ ଆତଙ୍କବାଦୀ ବାହିନୀ ବୋଲି ଘୋଷଣା କରିଛି।ଇରାନ୍ ସେନା ‘ରିଭୋଲ୍ୟୁସ୍‌ନାରି ଗାର୍ଡ’ ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରକୁ ଉଦ୍ଧାର କରି ଇରାନୀ ଟେଲିଭିଜନ୍‌ ଆହୁରି ମଧ୍ୟ କହିଛି ଯେ ଯଦି ଓ୍ଵାସିଂଟନ୍‌ କୌଣସି ପ୍ରତିହିଂସାତ୍ମକ ପଦକ୍ଷେପ ଗ୍ରହଣ କରେ ଆମେ ଆହୁରି ଅନ୍ୟାନ୍ୟ ୧୦୦ଟି ସ୍ଥାନରେ ଆକ୍ରମଣ କରିବାକୁ ସ୍ଥିର କରିଛୁ।କ୍ଷେପଣାସ୍ତ୍ର ମାଡ଼ରେ ଯୁକ୍ତରାଷ୍ଟ୍ର ଆମେରିକାର ହେଲିକପ୍ଟର୍‌ ଏବଂ ସାମରିକ ଉପକରଣ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

Comments are closed.