Odisha Link
Bridging the Missing Links in Odisha

ବିବାହ କରିବେ କଙ୍ଗନା ରଣାୱତ !

ମୁମ୍ବାଇ :  ବଲିଉଡର ଅଭିନେତ୍ରୀ କଙ୍ଗନା ରଣାୱତ ଦିନକୁ ଦିନ ସଫଳତାର ପାହାଚ ଚଢ଼ିବାରେ ଲାଗିଛନ୍ତି । ଅନେକ ହିଟ ସିନେମାରେ ଅଭିନୟରେ କରି ନିଜ ଜଣେ ଦକ୍ଷ ଅଭିନେତ୍ରୀ ସାବ୍ୟସ୍ଥ କରିଛନ୍ତି । କଙ୍ଗନା ନିଜର ଆଗାମୀ ସିନେମା ‘ପଙ୍ଗା’ର ପ୍ରମୋସନକୁ ନେଇ ବ୍ୟସ୍ତ ରହୁଛନ୍ତି ।

ଜଣେ କବାଡି ଖେଳାଳିଙ୍କ ସଂଘର୍ଷମୟ କାହାଣୀକୁ ନେଇ ସିନେମାଟି ପ୍ରସ୍ତୁତ ହୋଇଛି । ସିନମୋଟି ସାଧାରଣତନ୍ତ୍ର ଦିବସ ଅବସରରେ ରିଲିଜ ହେବ ।ତେବେ କଙ୍ଗନାଙ୍କ ବିବାହ ଜୋର ଚର୍ଚ୍ଚା ଧରିଛି । କଙ୍ଗନାଙ୍କ ନିଜ ବିବାହପାଇଁ ନିଜେ ପୁଅ ଖୋଜିବେ ସେ କଥା ‘ପଙ୍ଗା’ର ନିର୍ଦ୍ଦେଶକ ଅଶ୍ୱିନୀ ଅୟର କହିଥିଲେ ।

ସେ ନିଜ ବିବାହକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ତାଙ୍କର ମଧ୍ୟ ଏକ ରୋମାଣ୍ଟିକ ସାଇଡ ରହିଛି ଓ ଜଣେ କଳାକାର ଭାବେ ମୁଁ ଏହାକୁ ଅନୁଭବ କରିପାରୁଛି ଯେ ନିଜ ଭିତରେ ଏକ ଇଚ୍ଛା ରଖି ଆଗକୁ ବଢିବା ଦରକାର ବୋଲି କଙ୍ଗନା କହିଛନ୍ତି । ଏପରି ଏକ ଇଚ୍ଛା ଯାହା ଆପଣଙ୍କ ଜୀବନକୁ ସକ୍ରିୟ କରିଦେବ । ସେ କହିଛନ୍ତି ପ୍ରେମ ଓ ଭଲପାଇବା ବିଷୟରେ ମୋର ଖୁବ ଖରାପ ଅନୁଭୂତି ରହିଛି କିନ୍ତୁ ଏହାକୁ ଭୁଲି ମୁଁ ଆଗକୁ ବଢିଛି ।

କଙ୍ଗନା ଏବେ ବିବାହ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ସେ କହିଛନ୍ତି ମୁଁ ସବୁବେଳେ କହିଛି ଏପରି ଜଣେ ବ୍ୟକ୍ତିଙ୍କୁ ଖୋଜିବା ଅସମ୍ଭବ ଯେ ଆପଣଙ୍କ ସ୍ତରକୁ ମ୍ୟାଚ କରିବ । କିନ୍ତୁ ନିତେଶ ତିୱାରୀଙ୍କୁ ଦେଖିବା ପରେ ମୋର ଦୃଷ୍ଟି କୋଣ ବଦଳିଯାଇଛି କାରଣ ସେ ନିଜର ବିବାହକୁ ନେଇ ଖୁବ ଖୁସି ଅଛନ୍ତି । ଏହା ସହିତ କଙ୍ଗନା କହିଛନ୍ତି ସେ ଖୁବ ଶୀଘ୍ର ବିବାହ କରିପାରନ୍ତି । ସିନେମା ପଙ୍ଗାରେ କଙ୍ଗନା ଙ୍କ ସହ ଜସି ଗିଲ, ରିଚା ଚଡ଼ା ଓ ନେନା ଗୁପ୍ତା ନଜର ଆସିବେ ।

Comments are closed.