Odisha Link
Bridging the Missing Links in Odisha

ନାଗରିକତା ଆଇନକୁ ସମର୍ଥନ ଜଣାଇଲେ ରବି ଶାସ୍ତ୍ରୀ, କହିଲେ..

ପୁଣେ: ନାଗରିକତା ସଂଶୋଧନ ଆଇନ୍‌ (ସିଏଏ)କୁ ନେଇ ସାରା ଦେଶରେ ବିବାଦ ସୃଷ୍ଟି ଦେଖାଯାଇଥିଲା। ହେଲେ ସିଏଏକୁ ନେଇ ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ। ସେ ନାଗରିକତା ଆଇନକୁ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଭାରତୀୟ ନାଗରିକଙ୍କୁ ଧୈର୍ଯ୍ୟର ସହ ଏ (ସିଏଏ) ସମ୍ବନ୍ଧରେ ବିଚାର କରିବାର ଆବଶ୍ୟକତା ରହିଛି। ମୁଁ ୧୮ ବର୍ଷର ଥିଲା ବେଳେ ଭାରତୀୟ ଦଳ ପକ୍ଷରୁ ଖେଳିଆସୁଛି। ମୋ ଟିମରେ ବିଭିନ୍ନ ପ୍ରକାରର ଲୋକ ଥିଲେ। ସେଥିମଧ୍ୟରୁ ଅଲଗା-ଅଲଗା ଜାତି, ଅଲଗା ଧର୍ମର ଲୋକ ମଧ୍ୟ ଥିଲେ।

ମୋ ମତରେ ଭାରତ ସରକାର ନିଶ୍ଚୟ କିଛି ନା କିଛି ବୁଝିବିଚାରି ଏଭଳି ପଦକ୍ଷେପ ନେଇଥିବେ। ନିଜ କଥା ନ ଭାବି, ସର୍ବପ୍ରଥମେ ଦେଶ କଥା ଚିନ୍ତା କରିବା ଦରକାର। ସବୁ ଭାରତୀୟଙ୍କୁ ଧୈର୍ଯ୍ୟର ସହ ଚିନ୍ତା କରିବାକୁ ପଡ଼ିବ ଏବଂ ଏହା ସମସ୍ତଙ୍କ ପାଇଁ ନିଶ୍ଚୟ ଫାଇଦାଯୋଗ୍ୟ ହେବ ବୋଲି ମୋର ବିଶ୍ୱାସ।

ସୂଚନାଯୋଗ୍ୟ, ଗୌହାଟୀ ମ୍ୟାଚ ପୂର୍ବରୁ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସିଏଏକୁ ଜାଣିବା ପାଇଁ ସବିଶେଷ ତଥ୍ୟ ଜାଣି ସାରିଲା ପରେ କହିବି ବୋଲି କହିଥିଲେ। ସୂଚନାଥାଉକି,ଗତ ମାସେ ଧରି ସିଏଏକୁ ନେଇ ପୂରା ଦେଶରେ ବିରୋଧ ପ୍ରଦର୍ଶନ ହୋଇଥିଲା, ଯାହା ପରେ ଏଥିରେ ହିଂସା କରୁଥିବା କିଛି ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରାଯାଇଛି।