ବିଷ ପିଇ ଆତ୍ମହତ୍ୟା କଲେ ମହିଳା

ବଡ଼ସାହି: ଚନ୍ଦନପୁର ପଞ୍ଚାୟତ ଗମ୍ଭାରିଆ ଗ୍ରାମର ପ୍ରଧାନ ଟୁଡୁଙ୍କ ପତ୍ନୀ ଫୁଲଙ୍କର ବେତନଟୀ ଡ଼ାକ୍ତରଖାନାରେ ମୃତ୍ୟୁ ଘଟିଛି। ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତରରୁ ଗୁରୁବାର ରାତିରେ ଫୁଲ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ବେତନଟୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ବଡ଼ସାହି ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।