Odisha Link
Bridging the Missing Links in Odisha

+୨ ପ୍ରଥମ ବର୍ଷ ପାସ୍‌ ଜରୁରୀ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷ ହେବ ପରୀକ୍ଷା। ଏଥିରେ କୃତକାର୍ଯ୍ୟ ହେଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ଛାତ୍ରଛାତ୍ରୀ। ନଚେତ୍ ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଦେବାକୁ ପଡିବ ପରୀକ୍ଷା। ଏନେଇ ଚରମ ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ। ତେବେ ପ୍ରଥମ ବର୍ଷରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ମେ ମାସ ଶେଷ ସପ୍ତାହରେ ପୁଣି ଥରେ ସୁଯୋଗ ଦିଆଯିବ ଆଉ ଏଥିରେ ଯଦି ପରୀକ୍ଷାର୍ଥୀମାନେ ଫେଲ ହେବେ ତେବେ ତାଙ୍କୁ ପୁଣି ଥରେ ପ୍ରଥମ ବର୍ଷରେ ରହିବାକୁ ପଡିବ। ଚଳିତ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।

ଯୁକ୍ତ ଦୁଇ ପ୍ରଥମ ବର୍ଷରେ ଅନୁଷ୍ଠିତ ହେବ ପରୀକ୍ଷା। ଦ୍ୱିତୀୟ ବର୍ଷକୁ ଯିବା ଲାଗି ଛାତ୍ରଛାତ୍ରୀଙ୍କ ଏବେ ରଖିବାକୁ ପଡିବ ୩୩ ପ୍ରତିଶତ ମାର୍କ। ତେବେ ଏଥିରେ ଛାତ୍ରଛାତ୍ରୀଙ୍କୁ ଫେବ୍ରୁଆରୀ ୧୫ରୁ ୨୯ ତାରିଖ ଯାଏଁ ପ୍ରଥମ ସୁଯୋଗ ଦିଆଯିବ। ଏଥିରେ ୩୩ ପ୍ରତିଶତରୁ କମ୍ ମାର୍କ ରଖିଥିବା ଛାତ୍ରଛାତ୍ରୀଙ୍କର ରିମେଡିଆଲ କ୍ଲାସ କରାଯିବ ଏବଂ ଦ୍ୱିତୀୟ ସୁଯୋଗ ଭାବେ ମେ ମାସରେ କରାଯିବ ପରୀକ୍ଷା। ତେବେ ଦ୍ୱିତୀୟ ବର୍ଷ ଢାଂଚାରେ ପ୍ରଥମ ବର୍ଷ ପରୀକ୍ଷା କରାଯିବ । ୩୩ ପ୍ରତିଶତ କର୍ମ ମାର୍କ ରଖିଥିବା ପରୀକ୍ଷାର୍ଥୀଙ୍କ ଏକ୍ସଟ୍ରା କ୍ଲାସ ହେବ। କଲେଜ ଗୁଡିକ ପ୍ରଥମ ବର୍ଷ ପରୀକ୍ଷା ଫଳାଫଳ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଜଣାଇବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ।

Comments are closed.