Odisha Link
Bridging the Missing Links in Odisha

ଡାକ୍ତରଙ୍କ ଉପରେ ବର୍ଷିଲେ ଅଖିଳେଶ ଯାଦବ, କହିଲେ ତୁମେ ବହୁତ ଛୋଟ କର୍ମଚାରୀ..

ଲକ୍ଷ୍ମୌ: ଗତକାଲି ଉତ୍ତରପ୍ରଦେଶର କନ୍ନିଜ ଅଞ୍ଚଳରେ ବସ୍‌ ଦୁର୍ଘଟଣା ହୋଇଥିଲା। ଆହତ ହୋଇଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଜାଣିବା ପାଇଁ ଶୟା ମେଡିକାଲରେ ପହଁଞ୍ଚିଥିଲେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। କୌଣସି କଥାକୁ ନେଇ ବରିଷ୍ଠ ପରାମର୍ଶଦାତା ଡ. ଡିଏମ୍‌ ମିଶ୍ରଙ୍କୁ ରୁମରୁ ବାହାରିଯିବାକୁ କହିଥିଲେ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ମେଡିକାଲରେ ଭର୍ତ୍ତି ହୋଇଥିବା ଆହତ ଯାତ୍ରୀଙ୍କ ସହ ସାକ୍ଷାତ କରି ସହାୟତା ରାଶି ବିଷୟରେ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ଦାୟିତ୍ବରେ ଥିବା ଡାକ୍ତର ଜଣକ ମଝିରେ କିଛି କହିଦେଲେ। ଯାହାକୁ ନେଇ ରାଗିଗଲେ ଅଖିଳେଶ।

ଏଥିସହ କହିଲେ ଯେ, ତୁମେ କିଛି କୁହ ନାହିଁ। ତୁମେ ସରକାରୀ ଅଫିସର। ଆମେ ଭଲ ଭାବେ ଜାଣୁ ସରକାରରେ କଣ ହୁଏ। ଏଥିପାଇଁ କିଛି କୁହନାହିଁ କାରଣ ତମେ ଜଣେ ସରକାରଙ୍କ ଲୋକ। ତୁମେ କିଛି ନକହିଲେ ଭଲ। ଏପରିକି ତୁମେ ବହୁତ ଛୋଟ କର୍ମଚାରୀ ରୁମ ଛାଡିକି ଯାଅ ବୋଲି ଅଖିଳେଶ ଯାଦବ କହିଥିଲେ।

Comments are closed.