Odisha Link
Bridging the Missing Links in Odisha

ଲଜ୍‌ ପତ ରାୟ ଡିଏଭି ପବ୍ଳିକ୍‌ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ବିଧାନସଭା ପରିଦର୍ଶନ

ଭୁବନେଶ୍ୱର : ଲଜ୍‌ ପତ୍‌ ରାୟ ଡିଏଭି ପବ୍ଲିକ୍‌ ସ୍କୁଲ୍‌, ଗଣ୍ଡର ପୁର, କଟକର ଛାତ୍ରଛାତ୍ରୀମାନେ ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି । ସେମାନଙ୍କ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ସହିତ ସେମାନେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ସାକ୍ଷାତ କରିଥିଲେ । ବାଚସ୍ପତି ଡ. ପାତ୍ର ସେମାନଙ୍କୁ ଅଧ୍ୟୟନରେ ବ୍ରତୀ ହେବା ସହିତ ସୁନାଗରିକ ହେବା ପାଇଁ ପରାମର୍ଶ ଦେଇଥିଲେ ।

ପରିଦର୍ଶନ ସମୟରେ ସେମାନେ ବିଧାନସଭାର ଗ୍ରନ୍ଥାଗାର, ବିଧାନସଭା ଗୃହ, ବିଧାନସଭା ପରିସରସ୍ଥ ଉଦ୍ୟାନ ଆଦି ବୁଲି ଦେଖିଥିଲେ ଏବଂ ବିଧାନସଭାର ବିଧିବ୍ୟବସ୍ଥା ଓ ଗୃହ ପରିଚାଳନା ସଂପର୍କରେ ମଧ୍ୟ ଅବଗତ ହୋଇଥିଲେ । ଏହି ଦଳରେ ତୃତୀୟରୁ ପଞ୍ଚମ ଶ୍ରେଣୀରେ ପଠନରତ ପ୍ରାୟ ୩୩୦ ଜଣ ଛାତ୍ରଛାତ୍ରୀ ସାମିଲ ଥିଲେ ।

କେ. ସିଲାରାଓ ଓ ପ୍ରଜ୍ଞା ଚୌଧୁରୀ, ସୁପରଭାଇଜର ଏବଂ ମହେନ୍ଦ୍ର କୁମାର ନାୟକ, ଚିତ୍ତରଞ୍ଜନ ନାୟକ, ସର୍ବେଶ୍ୱର ମିଶ୍ର ଓ ରାଜେଶ ସ୍ୱାଇଁ ଶିକ୍ଷକଙ୍କ ନେତୃତ୍ୱରେ ଏହି ଛାତ୍ରଛାତ୍ରୀମାନେ ବିଧାନସଭା ବୁଲି ଦେଖିଥିଲେ । ଏହି ପରିଦର୍ଶନ ସମୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀ, ବାଚସ୍ପତିଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ପ୍ରଶାନ୍ତ କୁମାର ଦାସ, ମାର୍ଶାଲ୍‌ ଦେବାଶିଷ ପ୍ରଧାନଙ୍କ ସମେତ ବିଧାନସଭାର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Comments are closed.