Odisha Link
Bridging the Missing Links in Odisha

ଯାଜପୁର ଜିଲା ମହୋତ୍ସବରେ ଯୋଗ ଦେବେ ସୋନୁ ନିଗମ

ଯାଜପୁର: ଆସନ୍ତା କାଲି ଉଦଘାଟତ ହେବ ୮ ତମ ଯାଜପୁର ଜିଲା ମହୋତ୍ସବ “ଯଯାତି” ଏବଂ ପଲ୍ଲିଶ୍ରୀ ମେଳା ୨୦୨୦। ଜିଲା ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ ବାଳାଶ୍ରମ ପଡିଆରେ ଆୟୋଜିତ ହେବାକୁ ଥିବା ଏହି ମହୋତ୍ସବକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଉଦଘାଟନ କରିବେ। ଏଥିସହିତ ଜିଲାର ସମସ୍ତ ବିଧାୟକ ଓ ସାଂସଦ ମାନେ ମଧ୍ୟ ଉଦଘାଟନୀ ଉତ୍ସବରେ ଉପସ୍ଥିତ ରହିବେ। ଉଦଘାଟନି ସଂଧ୍ୟାରେ ବିଶିଷ୍ଟ ବଲିଉଡ ଗାୟକ ସୋନୁ ନିଗମ ଯୋଗ ଦେବେ। ଏହି ମହୋତ୍ସବରେ ୧୭ ତାରିଖ ଦିନ ବଲିଉଡର କଣ୍ଠଶିଳ୍ପୀ ନକାସ ଅଜିଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି।

ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଏହି ମହୋତ୍ସବ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ମହୋତ୍ସବର ବିଭିନ୍ନ ସଂଧ୍ୟାରେ ରାଜ୍ୟର ଲୋକକଳା, ଲୋକ ସଂଗୀତକୁ ବିଶେଷ ଗୁରୁତ୍ୱ ଦେବା ସହିତ ଓଲିଉଡ ଓ ବଲିଉଡ କକାକାରମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହେବ। ଓରମାସ ପକ୍ଷରୁ ଆୟୋଜିତ ପଲ୍ଲିଶ୍ରୀ ମେଳାରେ ବିଭିନ୍ନ ସ୍ୱୟଂସହାୟକ ଗୋଷ୍ଠୀ ସହ ପ୍ରତିଷ୍ଠିତ ବ୍ୟବସାୟ ପ୍ରତିଷ୍ଠାନ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟନ କରାଯାଇଛି। ମହୋତ୍ସବରେ ବଲିଉଡ ଏବଂ ଓଲିଉଡ କଳାକାରମାନଙ୍କୁ ଦେଖିବା ପାଇଁ ଜିଲ୍ଲାବାସୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ପ୍ରକାଶ ପାଇଛି।

Comments are closed.