Odisha Link
Bridging the Missing Links in Odisha

ରାଷ୍ଟ୍ର ନୁହେଁ ରାହୁଲ ବିଚଳିତ ହେଉଛନ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ଟାର୍ଗେଟ କରିଥାନ୍ତି। ଆଜି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛ ଭାଜପା ମୁଖପାତ୍ର ସମ୍ବିତ ପାତ୍ର। ଦେଶର ସମସ୍ତ ନାଗରିକ ବହୁ ସଂଖ୍ୟାରେ ଭୋଟ ଦେଇ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କୁ ଭୋଟ ଦେଇଛନ୍ତି। ଭୋଟରଙ୍କ ମଧ୍ୟରେ ବହୁ ସଂଖ୍ୟକ ବୁଦ୍ଧିଜୀବୀ, ଶିକ୍ଷକଳ ଡାକ୍ତର, ଯୁବକ ଯୁବତୀ, ଶିକ୍ଷାର୍ଥୀ ମାନେ ଭୋଟ ଦେଇ ପୁଣିଥରେ ପ୍ରଧାନମନ୍ତ୍ରୀଙ୍କ ଆସନରେ ନରେନ୍ଦ୍ର ମୋଦିଙ୍କୁ ବସାଇଛନ୍ତି ବୋଲି କହିଛନ୍ତି ଭାଜପା ମୁଖପାତ୍ର ସମ୍ବିତ ପାତ୍ର।

ଏଥିସହ ସେ କହିଛନ୍ତି ଯେ, ସବୁ ପ୍ରସଙ୍ଗରେ ରାହୁଲ ଗାନ୍ଧୀ ବିଚଳିତ ହୁଅନ୍ତି ଓ ଅନ୍ୟମାନଙ୍କୁ ବିଚଳିତ ହେବା ପାଇଁ ପ୍ରୋତ୍ସାହନ ଦେଇଥାନ୍ତି। ହେଲେ ରାଷ୍ଟ୍ର କେବେ ବିଚଳିତ ହୋଇନାହିଁ। ରାହୁଲ ଗାନ୍ଧୀ ଭାବୁଛନ୍ତି ଯେ, ଇନ୍ଦିରା ହେଉଛନ୍ତି ଇଣ୍ଡିଆ ଆଉ ରାହୁଲ ହେଉଛନ୍ତି ରାଷ୍ଟ୍ର। ଏପରି ରାହୁଲଙ୍କୁ କଟାକ୍ଷ କରିଛନ୍ତି ସମ୍ବିତ ପାତ୍ର।

Comments are closed.