Odisha Link
Bridging the Missing Links in Odisha

କରିନିଅନ୍ତୁ ଡ୍ରୋନ ପଞ୍ଜୀକରଣ ନହେଲେ ମିଳିବ ଦଣ୍ଡ

ନୂଆଦିଲ୍ଲୀ: ଦେଶବ୍ୟାପୀ ଡ୍ରୋନ ବ୍ୟବହାରକାରୀଙ୍କୁ କେନ୍ଦ୍ର ସରକାରଙ୍କ କଡ଼ା ଚେତାବନୀ। ଯେଉଁମାନେ ଡ୍ରୋନ ରଖିଛନ୍ତି ଆସନ୍ତା ୩୧ ତାରିଖ ସୁଦ୍ଧା ସେମାନେ ତାହାର ପଞ୍ଜୀକରଣ କରିନିଅନ୍ତୁ। ନଚେତ୍‌ ଏଥିପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଭାରତ ସରକାରଙ୍କ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଇରାନ ସେନା କମାଣ୍ଡର କାସିମ ସୋଲେମାନିଙ୍କ ମୃତ୍ୟୁ ପରେ ଭାରତ ସରକାରଙ୍କ ଏନେଇ ପଦକ୍ଷେପ ନେଇଛନ୍ତି। ସୋଲେମାନିଙ୍କୁ ଆମେରିକା ସେନା ଡ୍ରୋନ ସହାୟତାରେ ହତ୍ୟା କରିଥିଲା। ଡ୍ରୋନ କ୍ୟାମେରା ଜରିଆରେ ଆମେରିକା ସୋଲେମାନିଙ୍କ ଗତିବିଧି ଉପରେ ନଜର ରଖି ଟାର୍ଗେଟକୁ ସଫଳ କରିଥିଲା।

ବିମାନ ଚଳାଚଳ ମନ୍ତ୍ରଣାଳୟ ସୂଚନା ଅନୁସାରେ, ବହୁ ସଂଖ୍ୟକ ଡ୍ରୋନ ଏବଂ ଏହାର ଅପରେଟର ବେସାମରିକ ବିମାନ ଚଳାଚଳ ଆବଶ୍ୟକତାର ପାଳନ କରୁନାହାନ୍ତି। ତେଣୁ ଜାନୁୟାରୀ ୩୧ ସୁଦ୍ଧା ଅନଲାଇନ ଜରିଆରେ ଡ୍ରୋନ ଅପରେଟରମାନେ ପଞ୍ଜୀକରଣ କରିନେବାକୁ ସୁଯୋଗ ଦିଆଯାଉଛି। ମନ୍ତ୍ରଣାଳୟ ଆହୁରି କହିଛି ଯେ, ପଞ୍ଜୀକରଣ ସମୟରେ ଡ୍ରୋନ ସ୍ବୀକୃତି ସଂଖ୍ୟା ଏବଂ ମାଲିକାନା ସ୍ବୀକୃତି ସଂଖ୍ୟା ଦିଆଯିବ। ଏହା ପରେ ଉକ୍ତ ଡ୍ରୋନ ଏବଂ ଏହାର ଅପରେଟରଙ୍କୁ ବୈଧ ବୋଲି ବିବେଚନା କରାଯିବ। ତେବେ ଏହାକୁ ଡ୍ରୋନ ଉଡ଼ାଇବାର ଅନୁମତି ବୋଲି ଧରାଯିବ ନାହିଁ। ଏଥିପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ଠାରୁ ଅନୁମତି ନେବାକୁ ହେବ। ନମ୍ବରବିହୀନ ଡ୍ରୋନ ରଖିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଦଣ୍ଡ ବିଧାନଆଇନ ଅନୁସାରେ ଭାରତୀୟ ପିଙ୍ଗଳ କୋଡ୍‌(ଆଇପିସି) ଦଫା ୨୮୭, ୩୩୬, ୩୩୭, ୩୩୮ରେ ମାମଲା ରୁଜୁ ହେବ। ନିଜର ଅବହେଳା ଏବଂ ମେଶିନର ଦୁରୂପୋଯୋଗ କରି ମାନବ ଜୀବନ ପ୍ରତି ସଙ୍କଟ ସୃଷ୍ଟି କରିବା ଅଥବା ହାନି ପହଞ୍ଚାଇବା ଅପରାଧରେ ୬ମାସରୁ ୨ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ କିମ୍ବା ଜରିମାନା ଲାଗୁ କରାଯିବ। ତେବେ ​ଦେଶରେ ବର୍ତ୍ତମାନ ୫୦ରୁ ୬୦ ହଜାର ଅନଧିକୃତ ଡ୍ରୋନ ରହିଥିବା ଶିଳ୍ପ ସଂଗଠନ ଫିକିର ଡ୍ରୋନ କମିଟି ସହକାରୀ ଅଧ୍ୟକ୍ଷ ଅଙ୍କିତ ମେହେଟ୍ଟା କହିଛନ୍ତି।

Comments are closed.