Odisha Link
Bridging the Missing Links in Odisha

ମୋ ପୁଅକୁ ବାନ୍ଧିଲ, ସେ ଝିଅକୁ କାହିଁକି ଛାଡ଼ିଲ

ଭୁବନେଶ୍ୱର: ବ୍ୟାଙ୍କ ଅଧିକାରୀଙ୍କୁ ଗିରଫ କରିବା ପରେ ଆଜି ଚନ୍ଦ୍ରଶେଖରପୁର ଥାନାରେ ତାଙ୍କ ମା’ ଓ ସମ୍ପର୍କୀୟ ଧାରଣା ଦେଇଛନ୍ତି। ବ୍ୟାଙ୍କ ଅଧିକାରୀ ସୁନୀଲଙ୍କ ମା’ ଘଟଣାକୁ ପ୍ରତିବାଦ ଜଣାଇବା ସହ କେଉଁ ପରିସ୍ଥିତିରେ ଯୁବତୀଙ୍କୁ ପୁଲିସ୍‌ ଛାଡ଼ି ଦେଇଛି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ‘ମୋ ପୁଅକୁ ବାନ୍ଧିଲ, ସେ ଝିଅକୁ କାହିଁକି ଛାଡ଼ିଲ ? କ’ଣ ମୋ ପୁଅ କେବଳ ଦୋଷୀ ? ସଂପୃକ୍ତ ଯୁବତୀ ବି ସମାନ ଦୋଷୀ କରିଛି।’

ସେପଟେ ଏହି ମାମଲାରେ ବ୍ୟାଙ୍କ ଅଧିକାରୀଙ୍କ ସମେତ ୪ଜଣଙ୍କୁ କମିଶନରେଟ ପୁଲିସ୍‌ କୋର୍ଟ ଚାଲାଣ କରିଛି। ହେଲେ ସଂପୃକ୍ତ ଯୁବତୀଙ୍କୁ ୪୧ ସିଆର୍‌ପିସିରେ ନୋଟିସ୍ କରି ଛାଡ଼ି ଦେଇଛି ପୁଲିସ୍‌।
ଯୁବତୀଙ୍କ ଅଭିଯୋଗ ଆଧାରରେ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହେବା ସହ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେହିପରି ବ୍ୟାଙ୍କ ଅଧିକାରୀଙ୍କ ଅଭିଯୋଗ କ୍ରମେ ଯୁବତୀଙ୍କ ୩ଜଣ ପୁରୁଷ ବନ୍ଧୁଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।