Odisha Link
Bridging the Missing Links in Odisha

ପ୍ରଥମେ ବ୍ୟାଟିଂ କରିଲା ଭାରତ

ମୁମ୍ବାଇ: ଆଜି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ଫ୍ରଥମେ ଫିଲ୍ଡି କରିବାକୁ ନିଷ୍ପିତ୍ତି ନେଇଛି।ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରୁଛି। ଅଷ୍ଟ୍ରେଲିଆ ସହ ଚଳିତ ମାସରେ ଭାରତ ତିନୋଟି ଦିନିକିଆ ସିରିଜ୍ ଖେଳିବ। ସିରିଜ୍‌ ର ପ୍ରଥମ ମ୍ୟାଚ୍ ଆଜି ମୁମ୍ବାଇଠାରେ ଖେଳାଯାଉଥିବା ବେଳେ ଦ୍ବିତୀୟ ମୁକାବିଲା ୧୭ ତାରିଖରେ ରାଜକୋଟ ଏବଂ ତୃତୀୟ ତଥା ଶେଷ ମ୍ୟାଚ୍‌ ୧୯ ତାରିଖରେ ବେଙ୍ଗାଲୁରୁରେ ହେବ। ଆଜିର ମ୍ୟାଚ୍‌ରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ କଡା ଟକ୍କର ହେବ ବୋଲି ଆଶା କରାଯାଉଛି।

ଏହି ମ୍ୟାଚ୍‌ରେ ଭାରତୀୟ ଦଳରୁ ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପଣ୍ଡେ, କେଦାର ଯାଦବ, ଋଷବ ପନ୍ତ, ଶିଭମ ଦୁବେ, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ନଭଦୀପ ସୈନି, ଯଶପ୍ରୀତ ବୁମ୍‌ରା, ଶାର୍ଦୁଲ ଠାକୁର, ମହମ୍ମଦ ସାମି ଖେଳୁଥିବା ବେଳେ ଅଷ୍ଟ୍ରେଲିଆ ଦଳରୁ ଆରୋନ ଫିଞ୍ଚ୍‌ (ଅଧିନାୟକ), ଆଷ୍ଟନ୍ ଆଗର, ଆଲେକ୍ସ ‌କେରି (ଉପଅଧିନାୟକ), ପ୍ୟାଟ୍ କମିନ୍ସ, ପିଟର ହ୍ୟାଣ୍ଡ୍ସକମ୍ବ, ଜୋସ୍ ହାଜେଲଉଡ୍, ମାର୍ନସ ଲବୁସାନେ, କେନ୍ ରିଚାର୍ଡସନ୍, ଡାର୍କି ସଟ୍, ଷ୍ଟିଭ୍ ସ୍ମିଥ୍, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ଡେଭିଡ୍ ୱାର୍ନର, ଆଦାମ ଜାମ୍ପା ଖେଳୁଛନ୍ତି।

Comments are closed.