Odisha Link
Bridging the Missing Links in Odisha

ପ୍ରାକ୍ ବଜେଟ ପୂର୍ବରୁ ପରାମର୍ଶ ବୈଠକ

ଭୁବନେଶ୍ବର: ଫେବୃଆରୀ ଦ୍ୱିତୀୟ ସପ୍ତାହରେ ବିଧାନସଭାରେ ଉପସ୍ଥାପ ହେବ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ। ଏଥିପାଇଁ ଭୁବନେଶ୍ୱର ଅତିଥି ଭବନରେ ଆଜି ବସିଛି ପ୍ରାକ୍ ବଜେଟ ପରାମର୍ଶ ବୈଠକ। ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ଅଧ୍ୟକ୍ଷତାରେ ବୈଠକ ବସିଛି। ଅର୍ଥ ସଚିବ, ପୂର୍ବତନ ଅର୍ଥମନ୍ତ୍ରୀ, ଅର୍ଥବିଶେଷଜ୍ଞ ଉପସ୍ଥିତ ଅଛନ୍ତି। କେମିତି ରହିବ ରାଜ୍ୟ ବଜେଟର ରୂପରେଖ ସେନେଇ ବୈଠକରେ ଆଲୋଚନା ଚାଲିଛି।
ସେପଟେ ଚଳିତ ବାର୍ଷିକ ବଜେଟ୍ ପୂର୍ବରୁ ସରକାରଙ୍କ ପ୍ରସ୍ତୁତି କରିଥିଲେ। ୨୦୨୦-୨୧ ବାର୍ଷିକ ବଜେଟ୍ କିଭଳି ହେବା ଦରକାର, ଏନେଇ ଜନସାଧାରଣଙ୍କ ଠାରୁ ଜାନୁୟାରୀ ୧୫ ଅର୍ଥାତ୍ ଆଜି ସୁଦ୍ଧା ମତାମତ ଲୋଡିଥିଲେ। ଏନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଥିଲେ କି, ସାଧାରଣ ଲୋକେ ଏବଂ ବିଭିନ୍ନ ସାମାଜିକ ଓ ନାଗରିକ ସଂଗଠନ ବଜେଟକୁ ଲୋକାଭିମୁଖୀ ଭାବେ ପ୍ରସ୍ତୁତ କରିବା ପାଇଁ ସେମାନଙ୍କ ସୁଚିନ୍ତିତ ମତାମତ ରାଜ୍ୟ ସରକାରଙ୍କ ଇ-ମେଲରେ ଦେଇଛନ୍ତି। ଏହାଛଡା ହ୍ୱାଟ୍ସଆପ୍, ଟେଲିଗ୍ରାମ ଓ ଫୋନ ନଂ-୯୪୩୮୧୬୧୧୧୧କୁ ଏସଏମଏସ କରି ମତାମତ ମଧ୍ୟ ଜଣାଇଛନ୍ତି ଜନସାଧାରଣ।

Comments are closed.