Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଜେଇଇ ମେନ୍ ଫଳାଫଳ

ଭୁବନେଶ୍ବର: ପ୍ରକାଶ ପାଇଲା ଜେଇଇ ମେନ୍ ଫଳାଫଳ। ଏଥିରେ ସୌରଭ ସୌମ୍ୟକାନ୍ତ ଦାସ ୯୯.୯୯ ସ୍କୋର ରଖି ଓଡିଶା ଟପ୍ପର ହୋଇଛନ୍ତି। ରାଜ୍ୟର ଟପ୍ପର ମାନଙ୍କ ମଧ୍ୟରେ ୯ ଜଣ ପରୀକ୍ଷାର୍ଥୀ ୧୦୦ ସ୍କୋର କରିଛନ୍ତି।  www.jeemain.nta.in ସାଇଟ୍‌ରେ ପରୀକ୍ଷାର୍ଥୀମାନେ ନିଜ ରେଜଲ୍ଟ ଦେଖିପାରିବେ।ସେମାନଙ୍କ ମଧ୍ୟରୁ ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ଓ ତେଲେଙ୍ଗାନାର ୨ ଜଣ ଲେଖାଏଁ ପରୀକ୍ଷାର୍ଥୀ ରହିଥିବା ବେଳେ ଗୁଜରାଟ ଓ ଦିଲ୍ଲୀର ଜଣେ ଲେଖାଏଁ ପରୀକ୍ଷାର୍ଥୀ ଏହି ସଫଳତା ହାସଲ କରିଛନ୍ତି। ଗତ ୭ ଓ ୯ ତାରିଖରେ ଦେଶ ଓ ବିଦେଶର ମୋଟ ୨୩୩ଟି ସହରରେ ଏନଟିଏ ଦ୍ୱାରା ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ୫୭୦ ପରୀକ୍ଷା କେନ୍ଦ୍ରରେ ମୋଟ ୮ ଲକ୍ଷ ୬୯ ହଜାର ୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଆସନ୍ତା ଏପ୍ରିଲରେ ହେବାକୁ ଥିବା ଜେଇଇ ପରୀକ୍ଷା ପାଇଁ ଆସନ୍ତା ଫେବୃଆରୀ ୭ରୁ ଅନ୍‌ଲାଇନ୍‌ରେ ଆବେଦନ କରିହେବ ବୋଲି ଏନଟିଏ ପକ୍ଷରୁ ସୂଚନା ମିଳିଛି।

Comments are closed.