Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ନା ନୁହେଁ, ଆରଟିଆଇରେ ମଗାଗଲା ତଥ୍ୟ

କେରଳ: ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସାରା ଦେଶରେ ଦେଖିବାକୁ ମିଳିଛି ମିଶ୍ର ପ୍ରତିକ୍ରିୟା। ଅନ୍ୟପଟେ ଏପ୍ରିଲ ମାସ ୧ ତାରିଖରୁ ଆରମ୍ଭ ହେବ ଏନପିଆର। ଫଳରେ କିଏ ଭାରତୀୟ ଓ କିଏ ବିଦେଶୀ ସେକଥା କେନ୍ଦ୍ର ସରକାର ଜାଣିବେ ଏନପିଆର ମାଧ୍ୟମରେ।

ହେଲେ ସାରା ଦେଶରେ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ସିଏଏକୁ ବିରୋଧ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ନାଗରିକ କି ନୁହେଁ ସେକଥା ଜାଣିବା ପାଇଁ ଜଣେ ବ୍ୟକ୍ତି ଆରଟିଆଇ ଜରିଆରେ ଆବେଦନ କରିଛନ୍ତି। ସେ ନିଜର ଆବେଦନକୁ କେରଳ ସୂଚନା ବିଭାଗ ନିକଟରେ ଉପସ୍ଥାପନ କରିଛନ୍ତି।

ଜାନୁଆରୀ ୧୩ରେ କେରଳର ଛାଲାକୁଡିରେ ରହୁଥିବା ଜୋଶ କାଲ୍ଲୁଭେଟ୍ଟିଲ ନାମକ ଜଣେ ବ୍ୟକ୍ତି ଏଭଳି ଆବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ନାଗରିକ ବୋଲି ଦସ୍ତାବିଜ ଆକାରରେ ପ୍ରମାଣ ଦିଅନ୍ତୁ ବୋଲି ସେ ନିଜ ଆବେଦନରେ ଦର୍ଶାଇଛନ୍ତି।

Comments are closed.