Odisha Link
Bridging the Missing Links in Odisha

୧୦୦ ଓ୍ବିକେଟ କ୍ଲବରେ କୁଲଦୀପ ଯାଦବ

ରାଜକୋଟ୍‌: ରାକୋଟରେ ଟିମ୍‌ ଇଣ୍ଡିଆର ବାଜିମାତ୍। ଅନ୍ୟପଟେ ଟିମ୍ ଇଣ୍ଡିଆର ଚାଇନାମ୍ୟାନ୍ କୁଲଦୀପ ଯାଦବ ଅନ୍ତର୍ଜାତୀୟ ଦିନିକିଆରେ ନୂଆ ମାଇଲଖୁଣ୍ଟ ଛୁଇଁଛନ୍ତି। ସେ ଭାରତୀୟ ସ୍ପିନର୍ ଭାବେ ଦ୍ରୁତ ୧୦୦ ୱିକେଟ୍ ନେଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ଏଠାରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ କୁଲଦୀପ ଏହି ରେକର୍ଡ ହାସଲ କରିଛନ୍ତି।

ଗତବର୍ଷ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ପ୍ରଥମ ଭାରତୀୟ କ୍ରିକେଟର୍ ଭାବେ ଦୁଇଟି ହ୍ୟାଟ୍ରିକ୍ ନେବାରେ ସୌଭାଗ୍ୟ ଅର୍ଜନ କରିଥିବା କୁଲଦୀପ ବର୍ତ୍ତମାନ ତୃତୀୟ ଭାରତୀୟ ବୋଲର ଭାବେ ଦ୍ରୁତ ୧୦୦ ୱିକେଟ୍ ଦଖଲ କରିଛନ୍ତି। କୁଲଦୀପ ଅଷ୍ଟ୍ରେଲିଆ ଇନିଂସର ୩୮ତମ ଓଭରରେ ଆଲେକ୍ସ କ୍ୟାରୀଙ୍କ ୱିକେଟ୍ ନେଇ କ୍ୟାରିୟରର ଶତକ ୱିକେଟ୍ ପୂରଣ କରିଛନ୍ତି।

ଭାରତୀୟ ବୋଲରଙ୍କ ମଧ୍ୟରେ ମହମ୍ମଦ ଶାମି ୫୬ ମ୍ୟାଚରେ ଏହି କାରନାମା କରିଥିବା ବେଳେ ଯଶପ୍ରୀତ ବୁମ୍ରା ୧୦୦ ୱିକେଟ୍ ନେବା ପାଇଁ ୫୭ ମ୍ୟାଚର ସହାୟତା ନେଇଥିଲେ। ତେବେ କୁଲଦୀପ ୫୮ ଦିନିକିଆରେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି।

Comments are closed.