Odisha Link
Bridging the Missing Links in Odisha

ଏ ରାଷ୍ଟ୍ର ନେତାଜୀଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବ: ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୩ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜିର ଦିନରେ ନେତାଜୀଙ୍କ ବିରତ୍ବର ଗାଥା ମନେ ପକାଇଛନ୍ତି ମୋଦି। ସେ କହିଛନ୍ତି ଯେ, ନେତାଜୀଙ୍କ ଅତୁଳନୀୟ ସାହସ ଏବଂ ଔପନିବେଶବାଦକୁ ପ୍ରତିରୋଧ କରିବା ନିମନ୍ତେ ଅବିସ୍ମରଣୀୟ ଅବଦାନ ନିମନ୍ତେ ଜାତି ତାଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବ। ବ୍ରିଟିସ୍‌ ରାଜତ୍ୱ ସମୟରେ ଭାରତୀୟମାନଙ୍କର ପ୍ରଗତି ଏବଂ ମଙ୍ଗଳ ନିମନ୍ତେ ଆଗଭର ହୋଇଥିବା ନେତାଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ସେ ଟୁଇଟ୍‌ କରି କହିଛନ୍ତି ଯେ, ସାହସିକତା ଏବଂ ଔପନିବେଶବାଦକୁ ପ୍ରତିରୋଧ କରିବା ନିମନ୍ତେ ଅବିସ୍ମରଣୀୟ ଅବଦାନ ନିମନ୍ତେ ଭାରତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି ସର୍ବଦା କୃତଜ୍ଞ ରହିବ। ଭାରତୀୟମାନଙ୍କ ପ୍ରଗତି ଏବଂ ମଙ୍ଗଳ ପାଇଁ ସେ ସ୍ୱର ଉତ୍ତୋଳନ କରିଥିଲେ।

ନେତାଜୀଙ୍କ ପିତାଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୧୮୯୭ ମସିହା ଜାନୁଆରି ୨୩ ତାରିଖ ଦିନନେତାଜୀଙ୍କ ପତିା ଜାନକୀନାଥ ବୋଷ ତାଙ୍କ ଡାଏରିରେ ଲେଖିଥିଲେ, ମଧ୍ୟାହ୍ନରେ ପୁଅଟିଏ ଜନ୍ମ ହୋଇଛି। ପରେ ଏହି ପୁଅ ଜଣେ ନିର୍ଭିକ ସ୍ୱାଧୀନତା ସଂଗ୍ରାମୀ ଏବଂ ଚିନ୍ତାନାୟକ ହେଲେ, ଯିଏ ଭାରତର ସ୍ୱାଧୀନତା ଲାଗି ନିଜର ଜୀବନ ସମର୍ପି ଦେଇଥିଲେ। ମୁଁ ନେତାଜୀଙ୍କ ବୋଷଙ୍କ କଥା କହୁଛି, ଯାହାଙ୍କୁ ଆଜି ତାଙ୍କ ଜୟନ୍ତୀରେ ସଗର୍ବ ସ୍ମରଣ କରୁଛୁ।

Comments are closed.