Odisha Link
Bridging the Missing Links in Odisha

ସାଧାରଣତନ୍ତ୍ର ଦିବସ: ଆଜି ସନ୍ଧ୍ୟା ୭ଟାରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆସନ୍ତାକାଲି ସାରା ଦେଶ ପାଳନ କରିବ ୭୧ତମ ସାଧାରଣତନ୍ତ୍ର ଦିବସ। ଏହା ପୂର୍ବରୁ ଅର୍ଥାତ ଆଜି ସନ୍ଧ୍ୟା ୭ଟାରେ ରାଷ୍ଟ୍ରକୁ ସମ୍ବୋଧନ କରିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ବାର୍ତ୍ତା ଆଜି ସନ୍ଧ୍ୟା ୭ଟାରୁ ଆକାଶବାଣୀର ସମସ୍ତ ଜାତୀୟ ନେଟ୍‍ୱର୍କରେ ଏବଂ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ପ୍ରଥମେ ହିନ୍ଦୀ ଓ ପରେ ପରେ ଇଂରାଜୀରେ ପ୍ରସାରିତ ହେବ । ଏହାପରେ ଦୂରଦର୍ଶନର ସମସ୍ତ ଆଞ୍ଚଳିକ ଚ୍ୟାନେଲରେ ଆଞ୍ଚଳିକ ଭାଷାରେ ଏହି ଅଭିଭାଷଣ ପ୍ରସାରିତ ହେବ। ତେବେ ରାତି ୯ଟା ୩୦ ମିନିଟରେ ଆକାଶବାଣୀ ପକ୍ଷରୁ ଏହାର ଆଞ୍ଚଳିକ ନେଟ୍‍ୱର୍କରେ ଏହି ବାର୍ତ୍ତାର ଆଞ୍ଚଳିକ ଭାଷାନ୍ତର ପ୍ରସାରିତ ହେବ ।

Comments are closed.