Odisha Link
Bridging the Missing Links in Odisha

ସାଧାରଣତନ୍ତ୍ର ଦିବସ: ସାରା ଦେଶ ଦେଖିବ ଓଡ଼ିଶାର ଐତିହ୍ୟ ଓ ସ୍ଥାପତ୍ୟ

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି ୭୧ତମ ସାଧାରଣତନ୍ତ୍ର ଦିବସ। ଆଉ କିଛି ସମୟ ପରେ ଦିଲ୍ଲୀ ଗଣତନ୍ତ୍ର ଦିବସ ଉତ୍ସବ ସମାରୋହରେ ପୁଣି ଦେଖିବାକୁ ମିଳିବ ଓଡ଼ିଶାର ପଜ୍ଞାପନ ମେଢ଼। ମୋଟ୍ ୨୨ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ ଅନୁମତି ମିଳିଥିବାବେଳେ ୧୧ ନମ୍ବର ସ୍ଥାନରେ ରହିଛି ଓଡ଼ିଶା। ଏଥର ପ୍ରଜ୍ଞାପନ ମେଢ଼ରେ ଦେଖିବାକୁ ମିଳିବ ଓଡ଼ିଆ ସ୍ଥାପତ୍ୟର ଅନ୍ୟତମ ନିଦର୍ଶନ ପ୍ରଭୁ ଲିଙ୍ଗରାଜ ମନ୍ଦିର ସହ ଗଭୀର ସଂପର୍କ ରଖୁଥିବା ଅଶୋକାଷ୍ଟମୀର ରୁକୁଣା ରଥ ପ୍ରତିକୃତି।

ଏହି ରଥ ଉପରେ ୮ଜଣ ନୃତ୍ୟଶିଳ୍ପୀ ଓଡ଼ିଶୀ ଛନ୍ଦରେ ଓ ମେଢ଼ ଚାରିପାଖେ ୨୦ଜଣ ଶିଳ୍ପୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିବେ। ଏହି ମେଢ଼ର ପରିକଳ୍ପନା କରିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ। ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ୧୫ଟି ଡିଜାଇନ୍ ପଠାଯାଇଥିଲା। ଯେଉଁଥିରୁ ଗଜେନ୍ଦ୍ରଙ୍କ ଡିଜାଇନ୍ ଯୋଗ୍ୟ ବିବେଚିତ ହୋଇଥିଲା।

Comments are closed.