Odisha Link
Bridging the Missing Links in Odisha

ବାହାଘର ଭୋଜି ଖାଇ ୬୦ ଅସୁସ୍ଥ

ବାରିପଦା: ବାରିପଦା ଷ୍ଟେସନ ବଜାର ଅଞ୍ଚଳରେ ଗତ କାଲି ରାତିରେ ଏକ ବାହାଘର ଭୋଜି ଖାଇ ୬୦ରୁ ଅଧିକ ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତ ଅସୁସ୍ଥଙ୍କୁ ବାରିପଦା ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତେ ବିପଦମୁକ୍ତ ଥିବା ମେଡିକାଲ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରୁ ଅନେକ ଲୋକ ଆଜି ସକାଳୁ ଘରକୁ ଫେରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଗତକାଲି ବାହାଘରରେ ଭୋଜି ଖାଇବା ପରେ ହଠାତ୍ ୬୦ରୁ ଅଧିକ ଲୋକ ବାନ୍ଦି କରିଥିଲେ। ଏଥିସହିତ ସେମାନଙ୍କର ପେଟବ୍ୟଥା ଆରମ୍ଭ ହୋଇଥିଲା। ଏହା ପରେ ସେମାନେ ସମସ୍ତେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏମାନଙ୍କ ମଧ୍ୟରେ ପୁରୁଷମହିଳା ୪୭ ଜଣ ଥିବା ବେଳେ ଅବଶିଷ୍ଟ ପିଲା ଥିଲେ।

Comments are closed.