Odisha Link
Bridging the Missing Links in Odisha

୩୧ରୁ ଭୁବନେଶ୍ଵରରୁ ବାରାଣସୀକୁ ବିମାନସେବା

ଭୁବନେଶ୍ଵର: ଆସନ୍ତା ଜାନୁଆରୀ ୩୧ ତାରିଖରୁ ଭୁବନେଶ୍ଵରରୁ ବାରାଣସୀକୁ ସିଧାସଳଖ ବିମାନ ଚଳାଚଳ କରିବ। ଏଲାଏନ୍ସ ଏୟାର ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ। ୭୦ ଆସନ ବିଶିଷ୍ଟ ଏହି ବିମାନ ନିୟମିତ ଏହି ରୁଟ୍‌ରେ ଯିବ ବୋଲି ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦେଶକ ଭି.ଭି ରାଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିମାନଟି ଦିନ ୧୨ଟା ୧୫ରେ ଭୁବନେଶ୍ଵର ବାହାରି ଅପରାହ୍ନ ୨ଟା ୫ରେ ବାରାଣସୀରେ ପହଞ୍ଚିବ। ଏହା ପରେ ସେଠାରୁ ଅପରାହ୍ନ ୨ଟା ୩୦ରେ ଉଡ଼ାଣ ଆରମ୍ଭ କରି ଅପରାହ୍ନ ୪ଟା ୨୦ରେ ଭୁବନେଶ୍ଵରରେ ଅବତରଣ କରିବ।

ସୂଚନାଯୋଗ୍ୟ, ଏଲାଏନ୍ସ ଏୟାର ପକ୍ଷରୁ ‘ଉଡ଼ାନ’ ଯୋଜନାରେ ସୋମବାର ଠାରୁ କଲିକତାରୁ ଝାରସୁଗୁଡ଼ାକୁ ବିମାନ ଚଳାଚଳ କରାଯାଇଛି। ପ୍ରଥମ ଦିନରେ ୧୬ ଯାତ୍ରୀ କଲିକତାରୁ ଝାରସୁଗୁଡ଼ା ଆସିଥିବାବେଳେ ଝାରସୁଗୁଡ଼ାରୁ ୨୫ ଯାତ୍ରୀ କଲିକତା ଯାଇଥିଲେ।

Comments are closed.