Odisha Link
Bridging the Missing Links in Odisha

ସ୍ଥାନାନ୍ତର ହେଲା ନରହନ୍ତା ଦନ୍ତା

ଯାଜପୁର: ଆତଙ୍କ ଖେଳାଇଥିବା ନରହନ୍ତା ଦନ୍ତା ଶେଷରେ ସ୍ଥାନାନ୍ତର ହେଲା। ଗତ ୧୦ ଦିନ ଧରି ଯାଜପୁର ଜିଲାରେ ଆତଙ୍କ ସୃଷ୍ଟି କରି ୪ ଜଣଙ୍କୁ ହତ୍ୟା କରିଥିବା ଏହି ଦନ୍ତାହାତୀକୁ ଗତକାଲି ଦାନଗଦି ବ୍ଲକ କଣ୍ଟିପୁର ଜଙ୍ଗଲରେ ବନ ବିଭାଗ ଟ୍ରାଙ୍କୁଲାଇଜ କରି କାବୁ କରିଥିଲା।
ଆଜି ଦନ୍ତା ହାତୀକୁ ଏକ ବଡ଼ ଟ୍ରକରେ କଟକ ଡାଲିଯୋଡ଼ା ରେଞ୍ଜର କୁସୁନପୁର ଜଙ୍ଗଲକୁ ନିଆଯାଇଛି। କଡ଼ା ସୁରକ୍ଷା ମଧ୍ୟରେ ଓ ହାତୀର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାକୁ ସ୍ଥାନାନ୍ତର କରାଯାଇଛି। ହାତୀକୁ କାବୁ କରିବା ପରେ ଗତକାଲିଠାରୁ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍‌ ସେବା ସ୍ୱାଭାବିକ ହୋଇଛି। ଦୀର୍ଘ ଦିନ ଧରି ହାତୀ ଆତଙ୍କରେ ଲୋକେ ଘରୁ ଗୋଡ଼ କାଢ଼ିବାକୁ ସାହସ ଜୁଟାଇ ପାରୁ ନ ଥିଲେ। ହାତୀ ଆଜି ସ୍ଥାନାନ୍ତର ହେବା ପରେ ସ୍ଥାନୀୟ ଅଞ୍ଚଳବାସୀ ଆଶ୍ୱସ୍ତ ହୋଇଛନ୍ତି।

Comments are closed.