Odisha Link
Bridging the Missing Links in Odisha

ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣା: କ୍ଷତିପୂରଣ ଦେବ ଦିଲୀପ କନଷ୍ଟ୍ରକ୍ସନ

ଭୁବନେଶ୍ୱର: ଭୁବନେଶ୍ୱର ବିମାନବନ୍ଦରରେ ନିର୍ମାଣାଧୀନ ଛାତ ଭୁଶୁଡ଼ିବା ଘଟଣାରେ ମୃତାହତଙ୍କୁ କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଓଏସଆରସିଙ୍କ ଶୁଣାଣି ପରେ ଆବେଦନକାରୀ ଲଲାଟେନ୍ଦୁ ଦାସ ସୂଚନା ଦେଇ କହିଛନ୍ତି ଯେ, ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଠିକାଦାର ସଂସ୍ଥା ଦିଲୀପ କନଷ୍ଟ୍ରକ୍ସନକୁ କ୍ଷତିପୂରଣ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଠିକାସଂସ୍ଥା କ୍ଷତିପୂରଣ ନଦିଏ ତେବେ ଏଏଆଇ ତା ବିଲରୁ ଟଙ୍କା କାଟି ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଆସନ୍ତା ୧୧ ତାରିଖରେ ଠିକାସଂସ୍ଥା ଏବଂ ଏଏଆଇକୁ ହାଜର ହେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.