ସ୍କୁଲରେ ଛାତ୍ରଙ୍କୁ ନିର୍ଯାତନା!

ସୁନାବେଡା: ସୁନାବେଡା ସହରର ନେତାଜୀ ଇଂଲିସ ମିଡିୟମ ସ୍କୁଲର ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ସଂପୃକ୍ତ ଛାତ୍ରଙ୍କ ସମ୍ପର୍କୀୟ ଏ ନେଇ ସୁନାବେଡା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ, ଗତ ୩୦ ତାରିଖରେ ସ୍କୁଲ ପ୍ରିନିସପାଲ ସଂପୃକ୍ତ ଛାତ୍ରଙ୍କ ବାପାଙ୍କୁ ଫୋନ କରି ସ୍କୁଲ ଭିତରେ ବିଶୃଙ୍ଖଳା କରୁଥିବା ଅଭିଯୋଗ କରିଥିଲେ। ଏହା ପରେ ସ୍କୁଲ କର୍ତୃପକ୍ଷ ସଂପୃକ୍ତଙ୍କ ଛାତ୍ରଙ୍କ ଚୁଟି କାଟିବା ସହ ଆଣ୍ଠେଇ ଅପମାନିତ କରିଥିବା ଓ ଏହାପରେ ଭୟରେ ସେ କେଉଁଆଡେ ଚାଲିଯାଇଥିବା ଥାନାରେ ଅଭିଯୋଗ ହୋଇଛି । ତେବେ ସଂପୃକ୍ତ ଛାତ୍ର ଘରକୁ ଫେରିଆସିଛନ୍ତି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, ଥାନାରେ ଏତଲା ହୋଇଛି। ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ।
ମିଳିଥିବା ସୂଚନା ଅନୁସାରେ, ସୁନାବେଡାର ନେତାଜୀ ଇଂଲିସ ମିଡିୟମ ସ୍କୁଲର ନବମ ଶ୍ରେଣୀର ଛାତ୍ର ସ୍କୁଲ କର୍ତ୍ତୃପକ୍ଷ ନିର୍ଯାତନାରେ ଘର ଛାଡି ଚାଲି ଯାଇଥିବା ଅଭିଯୋଗ ହୋଇଛି। ଘର ଲୋକେ ତାଙ୍କୁ ଖୋଜାଖୋଜି କରି ପାଇପାରି ନାହାନ୍ତି। ଏ ନେଇ ଛାତ୍ରଙ୍କର ମାଉସୀ ସୁନାବେଡା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ, ଗତ ୩୦ ତାରିଖ ଦିନ ସ୍କୁଲ୍ ପରିସରରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ଉପସ୍ଥିତିରେ ସଂପୃକ୍ତଙ୍କ ଛାତ୍ରଙ୍କୁ ଆଣ୍ଠେଇ, ତାଙ୍କ ଚୁଟି କାଟି ଅପମାନିତ କରାଯାଇଥିଲା। ଏହା ପରେ ସେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ। ତେଣୁ ଲଜ୍ଜା ଓ ଅପମାନରେ ସେ ଘର ଛାଡି ଚାଲିଯାଇଥିବା ଅଭିଯୋଗ ହୋଇଛି। ସ୍କୁଲ ପ୍ରିନିସପାଲ କହିଛନ୍ତି କି ସ୍କୁଲର ନିୟମ ଅନୁସାରେସଂପୃକ୍ତଙ୍କ ଛାତ୍ରଙ୍କୁ ତାଗିଦ୍ କରାଯାଇଥିଲା।
ସଂପୃକ୍ତଙ୍କ ଛାତ୍ର ଜଣକ ସ୍କୁଲ୍ ପରିସରରେ ଏକାନ୍ତରେ ଝିଅ ପିଲାଙ୍କ ସହ କଥାହେବାକୁ ନେଇ ଓ ଚୁଟି କାଟିବା ପାଇଁ ତାଗିଦ୍ କରିବା ସତ୍ୱେ ନ କାଟିବାରୁ ଏପରି କରାଯାଇଥିବା ସେ ସ୍ୱୀକାର କରିଛନ୍ତି। ଅପରପକ୍ଷେ ସୁନାବେଡା ପୁଲିସ୍ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛି।
Comments are closed.