Odisha Link
Bridging the Missing Links in Odisha

ଦିଲ୍ଲୀ ନିର୍ବାଚନ: ଆଜି ସରିବ ପ୍ରଚାର

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସରିବ ନିର୍ବାଚନ ପ୍ରଚାର। ୭୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ଶନିବାର ହେବ ଭୋଟଗ୍ରହଣ। ପ୍ରଚାରର ଶେଷଦିନରେ ଆଜି ୩ ଦଳ ଆମ ଆଦମୀପାର୍ଟି, ବିଜେପି ଓ କଂଗ୍ରେସ ଭୋଟରଙ୍କ ସମର୍ଥନ ହାସଲ ପାଇଁ ଜୋରଦାର ପ୍ରଚାର କରିଛନ୍ତି। ବିଜେପିର ବରିଷ୍ଠ ନେତା ପ୍ରଚାରରେ ସାମିଲ ହୋଇଥିବାବେଳେେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ବି ରୋଡ ସୋ କରିଛନ୍ତି।

ଦିଲ୍ଲୀରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ଜୋରଦାର ହେବାରେ ଲାଗିଛି। ଆଉ ଏହି ପ୍ରଚାର ମୈଦାନରେ ଷ୍ଟାର କ୍ୟାମ୍ପେନର ଥିବା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦିଲ୍ଲୀର ଗଳି ଗଳି ବୁଲି ପ୍ରଚାର କରୁଛନ୍ତି। ବିଶେଷ କରି ଓଡ଼ିଆ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଉଦ୍ୟମ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳବାର ଅର୍ଥାତ ୧୧ ତାରିଖରେ ଭୋଟଗଣତି ହେବ। ଦିଲ୍ଲୀରେ ଲଗାତାର ତୃତୀୟ ଥର ଲାଗି କ୍ଷମତାସୀନ ହେବାକୁ ଆମ ଆଦମୀ ପାର୍ଟି ଲକ୍ଷ୍ୟ ରଖିଥିବାବେଳେ ବିଜେପି ବି ଜୋରଦାର ପ୍ରଚାର ଚଳାଇଛି।

Comments are closed.