Odisha Link
Bridging the Missing Links in Odisha

ମନ୍ଦିରରୁ ଫେରାର ହେଲେ ମହିଳା

ଭଦ୍ରକ: ମନ୍ଦିରରୁ ଫେରାର ହେଲେ ମହିଳା। ସ୍ବାମୀଙ୍କ ସହ ମନ୍ଦିର ଯାଇ ଫେରାର ହୋଇ ଯାଇଛନ୍ତି ଭଦ୍ରକ ଜିଲ୍ଲା ତିହିଡ଼ିର ଜଣେ ମହିଳା। ସ୍ତ୍ରୀକୁ ଖୋଜି ଆଣିବାକୁ ଗୁହାରି କରିବା ସହ ତାଙ୍କ ସ୍ତ୍ରୀ ମନ୍ଦିରରୁ କୁଆଡ଼େ ଚାଲିଥିବା ଦର୍ଶାଇ ଥାନାରେ ଅଭିଯୋଗ କରିଛନ୍ତି ସ୍ବାମୀ ଅତୁଲ୍ୟ। ଗଲାବେଳେ ନଗଦ ୧୦ ହଜାର ଟଙ୍କା ସହ ପ୍ରାୟ ୩ ଲକ୍ଷ ଟଙ୍କାର ଅଳଙ୍କାର ନେଇଯାଇଥିବା ଅମୂଲ୍ୟ ଏତଲାରେ ଦର୍ଶାଇଛନ୍ତି।

ଗତ ଜାନୁଆରୀ ୨୯ରେ ମହିଳା ତାଙ୍କ ସ୍ୱାମୀଙ୍କ ସହ ଭଦ୍ରକ ସ୍ଥିତ ଦକ୍ଷିଣକାଳୀ ମନ୍ଦିର ଯାଇଥିଲେ। ଉଭୟ ପୂଜାର୍ଚ୍ଚନା କରିବା ପରେ ସ୍ତ୍ରୀ ଶୌଚ କରିବାକୁ କହି ବାହାରକୁ ଯାଇଥିଲେ ମାତ୍ର ଆଉ ଫେରି ନଥିଲେ। ବହୁ ବିଳମ୍ବ ହେବାରୁ ଅମୂଲ୍ୟ ତାଙ୍କୁ ଫୋନ କରିଥିଲେ ହେଲେ ସ୍ତ୍ରୀଙ୍କ ଫୋନ୍ ବନ୍ଦ ଥିବା ନେଇ ତାଙ୍କର ସନ୍ଦେହ ଉପୁଜିଥିଲା। ଗତ ୬ ମାସ ତଳେ ଅମୂଲ୍ୟଙ୍କର ବିବାହ ହୋଇଥିଲା। ତେବେ ବିବାହ ପରେ ତାଙ୍କ ପତ୍ନୀ ନିଜ ଭଣୋଇ ସହ ସମ୍ପର୍କରେ ଥିଲେ ବୋଲି ଅମୂଲ୍ୟ ଅଭିଯୋଗ କରିଛନ୍ତି। ଏଥିସହ ତାଙ୍କ ସ୍ତ୍ରୀ ଭିଣୋଇ ସହ ପଳାଇ ଯାଇଥାଇ ପାରନ୍ତି ବୋଲି ଅମୂଲ୍ୟ ଅଭିଯୋଗ କରିଛନ୍ତି।

Comments are closed.