Odisha Link
Bridging the Missing Links in Odisha

କର୍ଣ୍ଣାଟକ: ଦିନେ ଅଯୋଗ୍ୟ ଘୋଷିତ ହୋଇଥିଲେ, ଏବେ ମନ୍ତ୍ରୀପଦ ଦେଲେ ୟେଦୁରପ୍ପା

ବାଙ୍ଗାଲୋର: ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ତାଙ୍କର ମନ୍ତ୍ରୀମଣ୍ଡଳ ବିସ୍ତାର କରିଛନ୍ତି। ରାଜ୍ୟପାଳ କଂଗ୍ରେସ-ଜେଡିଏସରୁ ଦିନେ ଅଯୋଗ୍ୟ ଘୋଷିତ ହୋଇଥିବା ୧୦ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦର ଶପଥପାଠ କରାଇଛନ୍ତି। ଶପଥ ନେଇଥିବା ବିଧାୟକମାନେ ହେଉଛନ୍ତି ଏସଟି ସୋମଶେଖର, ଜେ ରମେଶ ଲଖମଣରାଓ,ଆନନ୍ଦ ସିଂ, କେ ସୁଧାକର, ବିଏ ବାସବରାଜ, ଏଏଚ ଶିବରାମ, ବିସି ପାଟିଲ, କେ ଗୋପାଳ, ନାରାୟଣ ଗୋଡବା ଓ ଶ୍ରୀମନ୍ତ ଵାଲାସାହେବ ପାଟିଲ।

ଗତକାଲି ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ସ୍ପଷ୍ଟ କରିଥିଲେ ଯେ ବିଜେପିର ଅଧ୍ୟକ୍ଷ ଓ ନେତାମାନଙ୍କ ନିର୍ଦ୍ଦେଶ ଅନୁସାରେ ୧୩ ଜଣ ବିଧାୟକଙ୍କ ମଧ୍ୟରୁ ୧୦ ଜଣ ବିଧାୟକ ହିଁ ଶପଥ ନେବେ। ଏଠାରେ ସୂଚନା ଥାଉ କି ୨୦୧୯ ମସିହା ଡିସେମ୍ବର ୯ ତାରିଖରେ ଆସିଥିବା ଉପନିର୍ବାଚନ ଫଳାଫଳରେ ବିଜେପି ୧୩ଟି ଆସନରେ ଜିତିଥିଲା।

Comments are closed.