ନିର୍ଭୟା ମାମଲା: ଘୁଞ୍ଚିଲା ସୁପ୍ରିମ୍କୋର୍ଟର ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ହେବାକୁ ଥିବା ନିର୍ଭୟା ମାମଲାର ଶୁଣାଣି ଘୁଞ୍ଚିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍ କୋର୍ଟରେ ହୋଇଥିବା ଆବେଦନ ଉପରେ ଆସନ୍ତା ମଙ୍ଗଳବାର ଶୁଣାଣି ହେବ। ନିର୍ଭୟା ଦୋଷୀଙ୍କ ଡେଥ୍ ୱାରେଣ୍ଟ ଉପରେ ରହିତାଦେଶ ଓ ଏକକାଳୀନ ଫାଶୀ ଦେବା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍ କୋର୍ଟରେ ଆବେଦନ କରାଯାଇଥିଲା। ସୂଚନାଯୋଗ୍ୟ, ଫାଶୀ ଉପରେ ଥିବା ରହିତାଦେଶ ଉଠାଇ ତୁରନ୍ତ ଦୋଷୀଙ୍କୁ ଫାଶୀ ଦେବା ପାଇଁ ପଟିଆଲା ହାଉସ କୋର୍ଟ ଲଗାଇଥିବା ରହିତାଦେଶକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ କେନ୍ଦ୍ର ସରକାର ଯାହାକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଥିଲେ। କେନ୍ଦ୍ର ସରକାରଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେବା ପରେ କେନ୍ଦ୍ର ସରକାର ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।