Odisha Link
Bridging the Missing Links in Odisha

ପରଦାରେ ‘ହ୍ୟାକ୍‌ଡ’, ଅସୁବିଧା କରୁଛି ଟେଲି ଅଭିନେତ୍ରୀ ଟ୍ୟାଗ୍‌

ମୁମ୍ବାଇ : ବଲିଉଡରେ ଅନେକ କଳାକାର ଟେଲି ଜଗତରୁ ଆସି ଡେବ୍ୟୁ କରି ସାରିଛନ୍ତି । ନିଜର କଠିନ ପରିଶ୍ରମ ଓ ଭିନ୍ନ ଅଭିଯୋଗୁଁ ଟେଲି କଳାକାର ହିନା ଖାନ୍‌ ବଲିଉଡରେ ଡେବ୍ୟୁ କରି ସାରିଛନ୍ତି । ଆଜି ତାଙ୍କ ଅଭିନୀତ ସିନେମା ହ୍ୟାକ୍‌ଡ ରିଲଜ ହୋଇ ସାରିଛି । ସିନେମାଟି ରିଲଜ ହେବା ପୂର୍ବରୁ ବେଶ୍ ଚର୍ଚ୍ଚା ରେ ଥିଲା । ହିନା ଏକ ସାକ୍ଷାତକାରରେ ବଲିଉଡ ପ୍ରତି ନିଜର ଅଭିଙ୍ଗ୍ୟତା ବିଷୟରେ କହିଥିଲେ ।

https://www.instagram.com/p/B8A5B6vpksg/

ସେ କହିଥିଲେ; ଛୋଟ ପରଦାରୁ ବଡ଼ ପରଦାକୁ ଆସିଥିବାରୁ ସେ ବଲିଉଡ୍‌ କ୍ଲାସ୍ ସିଷ୍ଟମ୍‌ର ଶିକାର ହୋଇଛନ୍ତି । ଟିଭି ବ୍ୟାକଗ୍ରାଉଣ୍ଡରୁ ଆସିଥିବାରୁ ବଡ଼ ପ୍ରଯୋଜନା ସଂସ୍ଥା ଓ ବଡ଼ ଡିଜାଇନର୍‌ ତାଙ୍କ ସହିତ କାମ କରିବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ଟିଭି ଷ୍ଟାରଙ୍କର ଦକ୍ଷତା ଥିଲେ ମଧ୍ୟ ସିନେମା ଇଣ୍ଡଷ୍ଟ୍ରୀର ଷ୍ଟାର୍‌ମାନେ ତାଙ୍କୁ ସମ୍ମାନ ଓ ସୁଯୋଗ ଦିଅନ୍ତି ନାହିଁ ।

“ଗୋଟିଏ ସିନେମା କରି ସାରିବା ପରେ ମୋର ଲୋକପ୍ରିୟତା କେତେ ବଢ଼ିବ, ମୁଁ ଜାଣିନାହିଁ। ଲୋକପ୍ରିୟତା ବଜାୟ ରଖିବା ଏକ କଷ୍ଟକର କାମ । ଜଣେ ଟେଲିଭିଜନ୍ ଅଭିନେତ୍ରୀର ଟ୍ୟାଗ୍ ଅନେକ ସ୍ଥଳରେ ମୋ ପାଇଁ ନେଗେଟିଭ୍‌ ପ୍ରମାଣିତ ହୋଇଛି ।

ଲୋକ ବିଭିନ୍ନ ସମୟରେ ମୋତେ କହିଛନ୍ତି, ତୁମେ ଟେଲି ଅଭିନେତ୍ରୀ, ଏହି ଚରିତ୍ରକୁ ଠିକ୍‌ ଭାବରେ କରିପାରିବ ନାହିଁ ।” ‘ହ୍ୟାକ୍‌ଡ’ରେ ହିନାଙ୍କ ସହିତ ରୋହନ ଶାହ, ମୋହିତ ମଲହୋତ୍ରା ଓ ସିଦ୍ଧାର୍ଥ ମକ୍କରଙ୍କ ପରି ଅଭିନେତା ଅଭିନୟ କରିଛନ୍ତି ।

Comments are closed.