ପଥର ସନ୍ଧିରୁ ବାହାରୁଛି ଡିଜେଲ୍

ବାଲିଗୁଡ଼ା: ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ବିଲରେ ଥିବା ଏକ ପଥର ସନ୍ଧିରୁ ବାହାରୁଛି ଡିଜେଲ୍। ଡିଜେଲ୍ ସଂସ୍ପର୍ଶରେ ଜଣେ ଚାଷୀଙ୍କ ଧାନ ତଳି ନଷ୍ଟ ହୋଇଯାଇଥିବା ସୂଚନା ମିଳିଛି। ପଥର ସିନ୍ଧିରୁ ଡିଜେଲ୍ ବାହାରୁଥିବା ଜାଣି ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିିଳିଛି। ପରେ ସ୍ଥାନୀୟ ଲୋକେ ଡିଜେଲକୁ ବାଲଟି ଓ ବୋତଲରେ ପୂରାଇ ବୋହି ନେଉଛନ୍ତି। ପାଖରେ ଥିବା ପେଟ୍ରେଲ୍ ପମ୍ଫରୁ ତେଲ ଲିକ୍ ହୋଇନଥିବା କହିଲେ କର୍ମଚାରୀ। ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ।