Odisha Link
Bridging the Missing Links in Odisha

ଅନୁସୂଚିତ ଜାତି/ଜନଜାତି ସଂଶୋଧନ ଆଇନ୍‌ର ସାମ୍ବିଧାନିକ ବୈଧ୍ୟତା କାଏମ

ନୂଆଦିଲ୍ଲୀ: ଅନୁସୂଚିତ ଜାତି/ଜନଜାତି ସଂଶୋଧନ ଆଇନ୍‌-୨୦୧୮ର ସାମ୍ବିଧାନିକ ବୈଧ୍ୟତାକୁ କାଏମ ରଖିଛନ୍ତି ସୁପ୍ରିମ୍‌ କୋର୍ଟ। ଅନୁସୂଚିତ ଜାତି/ଜନଜାତି ସମ୍ପ୍ରଦାୟଙ୍କ ପ୍ରତି ଅତ୍ୟାଚାର କରିଥିବା ବ୍ୟକ୍ତିଙ୍କୁ ଆଗୁଆ ଜାମିନ ନ ଦେବାକୁ ଏହି ଆଇନ୍‌ରେ ବ୍ୟବସ୍ଥା ରହିଛି। ଏହି ଆଇନ ସଂଶୋଧନ ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ବିନିତ ଶରଣ ଓ ଜଷ୍ଟିସ ରବିନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ। ଏଣିକି ଅନୁସୂଚିତ ଜାତି/ଜନଜାତି ସଂଶୋଧନ ଆଇନ ଅନୁଯାୟୀ ଅଭିଯୋଗ ପରେ ମାମଲା ରୁଜୁ ହେବ ଏବଂ ଗିରଫଦାରୀ ମଧ୍ୟ ହେବ।

ଗତ ୨୦୧୮ ମାର୍ଚ୍ଚ ୨୦ ତାରିଖରେ ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ ୧୯୮୯ର ଦୂରୁପଯୋଗ ହେଉଥିବା ଅନୁଭବ କରି ତୁରନ୍ତ ଗିରଫ ଓ ଏଫଆଇର ଉପରେ ରୋକ ଲଗାଇଥିଲେ। ପ୍ରଥମେ ତଦନ୍ତ କରିବା ପରେ ମାମଲା ରୁଜୁ ଓ ଅଭିଯୋଗ ପ୍ରମାଣିତ ହେବା ପରେ ଗିରଫ କରାଯାଇପାରିବ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ଏହି ରାୟକୁ ସମୀକ୍ଷା କରିବା ନିମନ୍ତେ କେନ୍ଦ୍ର ସରକାର ଏହି ଆବେଦନ କରିଥିଲେ। ଆଜି ଏହି ଆବେଦନର ଶୁଣାଣି କରି ସଂଶୋଧନ ଆଇନର ବୈଧତାକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ।

Comments are closed.