ବାଇକ୍କୁ ଧକ୍କାଦେଲା ହାଇଓ୍ବା, ଜଣେ ମୃତ

ଯାଜପୁର: ହାଇଓ୍ବା ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କରଡାପାଳ ଗ୍ରାମର ତନ୍ମୟ ବରାଳ। ମୃତ୍ୟୁକୁ ନେଇ ରାସ୍ତା ଅବରୋଧ କରିଛନ୍ତି ପରିବାରଲୋକ ଓ ସ୍ଥାନୀୟବାସିନ୍ଦା ।
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳୁ ନିଜ କାମକୁ ଯାଉଥିବା ବେଳେ ଗୋପବନ୍ଧୁ ମାର୍ଗ ନିକଟରେ ତନ୍ମୟଙ୍କ ବାଇକ୍ କୁ ସମ୍ମୁଖରୁ ଧକ୍କା ଦେଇଥିଲା ହାଇଓ୍ବା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ତନ୍ମୟ ଜିନ୍ଦଲ ପ୍ଲାଣ୍ଟରେ ଠିକା ଶ୍ରମିକ ଭାବେ କାମ କରିଆସୁଥିଲେ। ତଦ୍ମୟଙ୍କ ମୃତ୍ୟୁ ପ୍ରତିବାଦରେ ଗୋପବନ୍ଧୁ ମାର୍ଗରେ ତାଙ୍କ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ନିଆଁଜାଳି ରାସ୍ତା ଅବରୋଧ କରିଛନ୍ତି।